ଛତିଶଗଡ଼ରେ ନୂଆଁଖାଇ ଛୁଟି   

ସମ୍ବଲପୁର: ମହାନ ଗଣପର୍ବ ନୂଆଁଖାଇ ଉପଲକ୍ଷେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସରକାରୀ ଛୁଟି ଘୋଷଣା ହୋଇଛି। ଆସନ୍ତା ୧ ତାରିଖ ଗୁରୁବାର ଦିନକୁ ଛତିଶଗଡ଼ ସରକାର ନୂଆଁଖାଇ ପାଇଁ ଇଚ୍ଛାଧୀନ ଅବକାଶ ଘୋଷଣା କରିଛନ୍ତି। ପୂର୍ବରୁ ଛତିଶଗଡ଼ ସରକାରଙ୍କ ତରଫରୁ ଭୁଲ କ୍ରମେ ସେପ୍‌ଟେମ୍ବର ୩ ତାରିଖରେ ଏହି ଛୁଟି ଦିଆ ଯାଇଥିଲା। କିନ୍ତୁ ଏବେ ସାନି ସଂଶୋଧିତ ବିଜ୍ଞପ୍ତିରେ ୩ ବଦଳରେ ୧ ତାରିଖରେ ନୂଆଁଖାଇ ଛୁଟି ଘୋଷଣା କରାଯାଇଛି।

ଉଲ୍ଲେଖଯୋଗ୍ୟ, ଛତିଶଗଡ଼ରେ ଲକ୍ଷଲକ୍ଷ ସଂଖ୍ୟାରେ ଓଡ଼ିଆ ଲୋକ ବସବାସ କରନ୍ତି। ପଶ୍ଚିମ ଓଡ଼ିଶା ସହ ଛତିଶଗଡ଼ର ଭାବଗତ ସଂପର୍କ ରହିଛି। ଛତିଶଗଡ଼ର ବହୁ ସୀମାନ୍ତ ଜିଲ୍ଲାର ସଂସ୍କୃତି, ପରଂପରା, ଚାଲିଚଲଣ ଓ ପର୍ବପର୍ବାଣି ପଶ୍ଚିମ ଓଡ଼ିଶା ସହ ସମାନ ହୋଇଥିବାରୁ ସେଠାକାର ଲୋକେ ବି ନୂଆଁଖାଇକୁ ପ୍ରମୁଖତାର ସହ ପାଳନ କରିଥାଆନ୍ତି। ସେହି କାରଣରୁ ସେଠାକାର ସରକାର ପୂର୍ବରୁ ନୂଆଁଖାଇକୁ ଇଚ୍ଛାଧୀନ ଛୁଟି ଦେଇ ଆସୁଛନ୍ତି।

ସମ୍ବନ୍ଧିତ ଖବର