ଶ୍ରୀମନ୍ଦିର ପରିସର କୂଅରେ ଖସିପଡ଼ିଲେ ଭକ୍ତ, ୧ ଘଣ୍ଟା ପରେ ସୁରକ୍ଷିତ ଉଦ୍ଧାର

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥି ପାଇଁ ରାଜ୍ୟ ସରକାର ଜୋରଦାର ପ୍ରଚାର କରୁଛନ୍ତି। କିନ୍ତୁ ମନ୍ଦିର ଭିତରେ ବିଭିନ୍ନ ସମୟରେ ଅନେକଗୁଡ଼ିଏ ଅଘଟଣ ଓ ଦୁର୍ଘଟଣା ଘଟୁଛି। ଏଥି ପ୍ରତି ସତର୍କତାମୂଳକ ପଦକ୍ଷେପ ନିଆଯାଉ ନାହିଁ। ଶ୍ରୀ ମନ୍ଦିର ପରିସରରେ ଗୁରୁବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ଦ୍ୱାର ନିକଟ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ଜଣେ ଭକ୍ତ ଗଳି ପଡ଼ିଛନ୍ତି। ଶ୍ରଦ୍ଧାଳୁ ଜଣକ ହେଲେ ଧ୍ରୁବ ଚକ୍ରବର୍ତ୍ତୀ (୬୫)

ସୂଚନା ଅନୁସାରେ ବଙ୍ଗୀୟ ଭକ୍ତ ଧ୍ରୁବ ଚକ୍ରବର୍ତ୍ତୀ ଅସାବଧାନତା ଯୋଗୁଁ ଉତ୍ତର ଦ୍ୱାର ନିକଟ ଆନନ୍ଦବଜାରର ଉତ୍ତର ପାର୍ଶ୍ଵରେ ଥିବା ଏକ କୂଅରେ ପଡ଼ିଯାଇଥିଲେ। ସେ କୂଅରେ ପଡ଼ିଯିବା ପରେ ଉପରେ ଥିବା ତାଙ୍କ ସ୍ତ୍ରୀ ଚିତ୍କାର କରିଥିଲେ। ସେବାୟତମାନେ ତୁରନ୍ତ ସିଂହଦ୍ୱାର ଥାନା ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ।

ପ୍ରାୟ ୧ ଘଣ୍ଟାର ଅପେରସନ କରି ଅଗ୍ନିଶମ କର୍ମଚାରୀ ରୋପ ଲ୍ୟାଡ଼ର ଓ ଅକ୍ସିଜନ ସହାୟତାରେ ୭୦ ଫୁଟ ତଳୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏବେ ଭକ୍ତ ଜଣଙ୍କ ଅସୁସ୍ଥତା ଅନୁଭବ କରିବାରୁ ଆମ୍ବୁଲାନ୍ସ ଯୋଗେ ସଦର ଚିକିତ୍ସାଳୟକୁ ପଠାଯାଇଛି। ତେବେ ଏହି ବୟସ୍କ ଭକ୍ତ ଦମ୍ପତି କାହଁକି ଯାଇଥିଲେ ତାର ତଦନ୍ତ କରାଯାଇଥିବା ସହ କୂଅ ଉପରେ ଜାଲି ପଡିଥିଲା ନା ନାହିଁ ତାର ବିଧିବଦ୍ଧ ତଦନ୍ତଆରମ୍ଭ କରିଛି ଶ୍ରୀ ମନ୍ଦିର ପ୍ରଶାସନ।

ସମ୍ବନ୍ଧିତ ଖବର