ପ୍ରଜ୍ବଳ ରେଭାନ୍ନା ମାମଲାରେ ପ୍ରଧାନମନ୍ତ୍ରୀ  ମୋଦୀଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ଗୁରୁବାର (ମେ ୧୩) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଉ ଏକ ପତ୍ର ଲେଖି ମହିଳାଙ୍କ ଯୌନ ଶୋଷଣ ଅଭିଯୋଗରେ ଫେରାର ହୋଇଯାଇଥିବା ପ୍ରଜ୍ବଳ ରେଭାନ୍ନାର କୂଟନୈତିକ ପାସପୋର୍ଟ ତୁରନ୍ତ ବାତିଲ କରିବାକୁ ଦାବି କରିଛନ୍ତି ।

ସେ ସୋସିଆଲ ମିଡିଆ ସାଇଟ ଏକ୍ସରେ ରେ ପୋଷ୍ଟ କରି ପିଏମ ମୋଦୀଙ୍କ ନିକଟରେ ଏହି ଦାବି କରିଛନ୍ତି। ସିଦ୍ଧରାମୈୟାଙ୍କ ଏହି ପୋଷ୍ଟକୁ କଂଗ୍ରେସ ନେତା ରାହୁଲ ଗାନ୍ଧି ରିପୋଷ୍ଟ କରିଛନ୍ତି ଓ ପ୍ରଶ୍ନ କରିଛନ୍ତି, “ପ୍ରଧାନମନ୍ତ୍ରୀ, ଆପଣ ଜଣେ ଜଣେ ବଳାତ୍କାରକାରୀଙ୍କୁ କାହିଁକି ରକ୍ଷା କରୁଛନ୍ତି? ଆପଣଙ୍କର ବାଧ୍ୟବାଧକତା କଣ?”

ଏହାପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ତାଙ୍କ ନାତି ପ୍ରଜ୍ଜଳ ରେଭାନ୍ନାକୁ ଭାରତ ଫେରିବା ବିରୋଧରେ ଚେତାବନୀ ଦେଇଥିଲେ ଏବଂ ତାଙ୍କୁ ଆଇନଗତ ପ୍ରକ୍ରିୟାରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ ହାସାନ ଲୋକସଭା ଆସନରୁ ଲଢୁଥିବା ପ୍ରଜ୍ଜଳଙ୍କ ଯୌନକେଳେଙ୍କାରୀକୁ ନେଇ ବିବାଦ ଉଠିବା ପରେ ସେ ଜର୍ମାନୀ ଫେରାର ହୋଇଯାଇଛି । ଏହା ପରେ ତା ନାଁରେ ବ୍ଲୁକର୍ଣ୍ଣର ନୋଟିସ ଜାରି କରାଯାଇଛି ।

ସମ୍ବନ୍ଧିତ ଖବର