ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଭାଲୁ ଆକ୍ରମଣରେ ବୃଦ୍ଧ ମୃତ, ମହିଳା ଗୁରୁତର

ଲାଞ୍ଜିଗଡ଼/ନର୍ଲା: ମଙ୍ଗଳବାର ଭୋରରେ ଲାଞ୍ଜିଗଡ଼ ବ୍ଲକ କୁଚେଇଜୋର ଗାଁରେ ଭାଲୁ ଆକ୍ରମଣରେ ଧନୁ ଗଉଡ଼ (୬୫)ଙ୍କ ମୃତ୍ୟୁ ଘଟିଛି। ଭୋର୍‌ ସମୟରେ ଧନୁ ଓ ଅନ୍ୟ ୩ ଜଣଙ୍କ ସହ ଶୌଚ ପାଇଁ ଗୁଜୁରିଆ ଗଛ ବନ୍ଧକୁ ଯାଇଥିଲେ। ସେଠାରେ ୨ଟି ଭାଲୁ ତାଙ୍କୁ ଗୋଡ଼ାଇ ଥିଲେ। ଧନୁ ଜୀବନ ବିକଳରେ ଦୌଡ଼ି ପଳାଉଥିବା…
ଅଧିକ ଖବର ଦେଖନ୍ତୁ...

ରେଳ ଧାରଣାରେ ଫାଟ: ଦୁର୍ଘଟଣାରୁ ବର୍ତ୍ତିଲା ବିଶାଖାପାଟଣା-କୋର୍ବା ଏକ୍ସପ୍ରେସ

ରାୟଗଡ଼ା/ମୁନିଗୁଡ଼ା: ରେଳ ଧାରଣାରେ ଫାଟ ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ବିଶାଖାପାଟଣା -କୋର୍ବା ଏକ୍ସପ୍ରେସ ଟ୍ରେନ୍‌ ଆଉ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି। କିଛି ରେଳ କର୍ମଚାରୀଙ୍କ ସମୟୋଚିତ ପଦକ୍ଷେପରୁୁ ମୁନିଗୁଡ଼ା ଷ୍ଟେସନ୍‌ ନିକଟରେ ଟ୍ରାକ୍‌ ଭାଙ୍ଗିିଥିବା ସ୍ଥଳକୁ ଚିହ୍ନଟ…
ଅଧିକ ଖବର ଦେଖନ୍ତୁ...

ଋଣବୋଝରୁ ଚାଷୀଙ୍କ ଆତ୍ମହତ୍ୟା: କ୍ଷତିପୂରଣ ଦାବିରେ ଶବ ରଖି ଜାତୀୟ ରାଜପଥ ଅବରୋଧ

ଖଡ଼ିଆଳ/ବୋଡ଼େନ: ଋଣ ବୋଝ ଯୋଗୁଁ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ଲର୍କା ଗାଁର ଚାଷୀ ଯଦୁ ବାଗ (୩୫) କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ପ୍ରକାଶ ଯେ, ଶ୍ରୀ ବାଗ ୬ ଏକର…
ଅଧିକ ଖବର ଦେଖନ୍ତୁ...

ଭାରତୀହୁଡ଼ା, ଝଡ଼ିଅମ୍ବାରେ ହେବ ଉତ୍‌ଖନନ

ଭୁବନେଶ୍ୱର: ୨୦୧୭-୧୮ରେ ଭୁବନେଶ୍ୱରସ୍ଥିତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ଉତ୍‌ଖନନ ଶାଖା-୪ ରାଜ୍ୟର ଦୁଇଟି ସ୍ଥାନରେ ଉତ୍‌ଖନନ କରିବ। ମେ’ ମାସରେ କଟକ ଜିଲ୍ଲା ନିଆଳି ନିକଟ ପ୍ର୍ରାଚୀ ନଦୀକୂଳ ଭାରତୀହୁଡ଼ା ଏବଂ ଜୁଲାଇ ମାସରେ ଅନୁଗୁଳ ଜିଲ୍ଲାର ଝଡ଼ିଅମ୍ବାଠାରେ…
ଅଧିକ ଖବର ଦେଖନ୍ତୁ...

୧୫ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ରିପୋର୍ଟ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ସୁଦ୍ଧା ବୃଷ୍ଟିପାତ ଓ ଫସଲ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳମାନେ ରିପୋର୍ଟ ଦେବେ। ଏହି ରିପୋର୍ଟ ତଥା ମରୁଡ଼ି ପରିଚାଳନା ପାଇଁ ପ୍ରଣୀତ ବିଭିନ୍ନ ମାପଦଣ୍ଡକୁ ବିଚାରକୁ ନେଇ ଅକ୍ଟୋବର ୩୦ ତାରିଖ ସୁଦ୍ଧା ସରକାର ମରୁଡ଼ି ପରିସ୍ଥିତିର ବାସ୍ତବ ଆକଳନ କରିବେ। ଆଜି…
ଅଧିକ ଖବର ଦେଖନ୍ତୁ...

୧୧ରେ ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ୧୧ତାରିଖରେ ନୂଆଦିଲ୍ଲୀର ଜନ୍ତରମନ୍ତରରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟରୁ ୫ହଜାରର ଅଧିକ ଚାଷୀ ଓ ପ୍ରତିନିଧିଙ୍କୁ ମିଶାଇ ଦେଶର ୨୨ଟି ରାଜ୍ୟର ୧୦ହଜାରରୁ ଅଧିକ ବ୍ୟକ୍ତିବିଶେଷ ଏଥିରେ ସାମିଲ ହେବେ। ଲୋକନାୟକ ଜୟପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଜିଏସ୍‌ଟିକୁ ଚାଲେଞ୍ଜ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

କଟକ: ଗୁଡ୍ସ ଆଣ୍ଡ ସର୍ଭିସେସ ଟ୍ୟାକ୍ସ(ଜିଏସ୍‌ଟି) ଲାଗୁକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଅଲ ଇଣ୍ଡିଆ ଆସୋସିଏସନ ଅଫ ଟ୍ୟାକ୍ସ ଲୟର୍ସ ଓ ବ୍ରହ୍ମପୁର ଟ୍ୟାକ୍ସ ବାର ଆସୋସିଏସନ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜିଏସଟି ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

 କିରଣ ଶୀର୍ଷରେ, ପଛକୁ ପଛ ସତ୍ୟଶିବ ଓ ମୋନାଲିସା

ଭୁବନେଶ୍ୱର: ସମ୍ବାଦର ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଆୟୋଜିତ ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିଡିଆ ଷ୍ଟଡିଜ୍‌, ଭୁବନେଶ୍ୱରର କିରଣ କୁମାର ମହାନ୍ତି ପ୍ରଥମ ସ୍ଥାନ ହାସଲ କରିଛନ୍ତି। ‘ଗଣତନ୍ତ୍ରରେ ମାଟି ନୁହେଁ, ପାର୍ଟି ବଡ଼’ ଶୀର୍ଷକ ବିଷୟ ବସ୍ତୁ ଉପରେ…
ଅଧିକ ଖବର ଦେଖନ୍ତୁ...

ଆସୁଛି ଘୂର୍ଣ୍ଣିବଳୟ, ଲଘୁଚାପ ସମ୍ଭାବନା: ୭ରୁ ୯ ଯାଏଁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୭ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ପହଞ୍ଚିପାରେ ଘୂର୍ଣ୍ଣିବଳୟ। ଏହା ଲଘୁଚାପର ରୂପ ନେବାର ସମ୍ଭାବନା ଅଧିକ। ଏହାର ପ୍ରଭାବରେ ଆସନ୍ତା ୭ରୁ ୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଅନ୍ୟ ସ୍ଥାନଗୁଡ଼ିକରେ ବି ବର୍ଷିବ। ପରେ ବର୍ଷାର ପରିମାଣ…
ଅଧିକ ଖବର ଦେଖନ୍ତୁ...

‘କନକ ନ୍ୟୁଜ୍‌’ ବିତର୍କରେ ତିନି ବରିଷ୍ଠ ନେତାଙ୍କ ମତ: ମୁଖ୍ୟମନ୍ତ୍ରୀ ହେବାକୁ ସମସ୍ତେ ଅରାଜି

ଭୁବନେଶ୍ୱର: ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ପାଇଁ କ’ଣ ସ୍ୱପ୍ନ ଦେଖିବେ? ଏହି ପ୍ରଶ୍ନ ପଚରା ଯାଇଥିଲା ଓଡ଼ିଶାର ତିନିଟି ପ୍ରମୁଖ ଦଳର ପ୍ରମୁଖ ରାଜନେତା କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ।…
ଅଧିକ ଖବର ଦେଖନ୍ତୁ...