ଆସନ୍ତା ୨୫ ତାରିଖ ବେଳକୁ ସୃଷ୍ଟି ହୋଇପାରେ ଆଉ ଏକ ଘୁର୍ଣ୍ଣିବଳୟ, ୨୩ ତାରିଖରୁ ବଢିପାରେ ବର୍ଷା

ଭୁବନେଶ୍ୱର: ଗତକାଲି ସୃଷ୍ଟି ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ତତ-ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି | ଏହା ଆଗାମୀ ୨ ରୁ ୩ ଦିନ ଯାଏଁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର ଓଡିଶା -ଉତ୍ତର ଛତିଶଗଡ ମୁହାଁ ହେବାର ସମ୍ଭାବନା ରହିଛି | ଅନ୍ୟପଟେ ଆସନ୍ତା ୨୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି | ଆଉ ୨୩ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ସମ୍ଭାବନା ଅଛି | ସେହିପରି ସକ୍ରିୟ ଲଘୁଚାପ ପ୍ରଭାବରେ ବର୍ଷା ଲାଗିରହିଛି | ଗତ ୨୪ ଘଣ୍ଟାରେ ଜଟଣୀରେ ସର୍ବାଧିକ ୮୮ ମିମି ବର୍ଷା ରେକର୍ଡ କରାଯାଇଛି |

ଜଟଣୀ ସହ ହୀରାକୁଦରେ ୮୭.୮ ମିମି, ନବରଙ୍ଗପୁରରେ ୮୧ ମିମି, କେନ୍ଦୁଝରରେ ୭୦.୬ ମିମି, ପୁରୀରେ ୬୯.୬ ମିମି, ଭୁବନେଶ୍ୱରରେ ୬୩.୮ ମିମି, ଟିଟିଲାଗଡରେ ୬୦.୮ ମିମି ବର୍ଷା ରେକର୍ଡ କରାଯାଇଛି | ସେହିପରି ଗତକାଲି ସକାଳ ୮ଟା ୩୦ ରୁ ଆଜି ସକାଳ ୫ଟା ୩୦ ସୁଦ୍ଧା ହୋଇଥିବା ରେକର୍ଡ ମୁତାବକ ପୁରୀରେ ସର୍ବାଧିକ ୬୬.୨ ମିମି, ଭୁବନେଶ୍ୱରରେ ୫୭.୬ ମିମି, ବାଲେଶ୍ୱରରେ ୪୨.୬ ମିମି, ଗୋପାଳପୁରରେ ୩୫.୮ ମିମି, ଚାନ୍ଦବାଲିରେ ୧୬.୭ ମିମି, ପାରାଦ୍ୱୀପରେ ୧୪.୭ ମିମି, ଝାରସୁଗୁଡାରେ ୧୩.୪ ମିମି ବର୍ଷା ରେକର୍ଡ ହୋଇଥିଲା |

ସମ୍ବନ୍ଧିତ ଖବର