ଟିଟିଲାଗଡ଼ ନିର୍ବାଚନମଣ୍ତଳୀର ବିକାଶ ନେଇ ସମୀକ୍ଷା

ଧାର୍ଯ୍ୟ ସମୟରେ କାମ ସାରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଟିଟିଲାଗଡ଼: ଟିଟିଲାଗଡ଼ ନିର୍ବାଚନମଣ୍ତଳୀ ଅନ୍ତର୍ଗତ ୩ଟି ବ୍ଲକ୍‌ର ବିକାଶ ‌ଉପରେ ଶନିବାର ଟିଟିଲାଗଡ଼ ବିଧାୟିକା ତଥା ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ସ୍ଥାନୀୟ ପୌର କଲ୍ୟାଣ ମଣ୍ତପଠାରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ପାନୀୟ ଜଳ, ସ୍ବାସ୍ଥ୍ୟ, ଜଳସେଚନ, କୃଷି, ରାସ୍ତା ଘାଟ, ବିଦ୍ୟୁତ ସମସ୍ୟା ଓ ଟିଟିଲାଗଡ଼ ପୌର ପାଳିକା ଓ ତୁଷୁରା ଏନ୍‌ଏସିର ତ୍ବରାନ୍ବିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ।

ଅ‌ଳବାସୀଙ୍କ ସମସ୍ୟାର ସମାଧାନ ଦିଗରେ ଅଧିକାରୀମାନେ ଯତ୍ନବାନ ହେବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାମଗୁଡ଼ିକ ଶେଷ କରିବା, ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପନ କରୁନଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା, ଗ୍ରୀଷ୍ମ ଆରମ୍ଭରୁ ଲୋକଙ୍କ ଘରେ ପାନୀୟ ଜଳ ଯୋଗାଇବା ନେଇ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ। ବିଶେଷ କରି ପାଇପ୍‌ ଜଳ ଯୋଗାଣ, ସ୍ବାସ୍ଥ୍ୟ ସମସ୍ୟା, ପ୍ରାଣୀଧନ ଚିକିତ୍ସା ବିଭାଗ, ମେଗା ଜଳସେଚନ ପ୍ରକଳ୍ପ, ଉଦ୍ୟାନ, କୃଷି, ଯୋଗାଣ ବିଭାଗ ପକ୍ଷରୁ ତ୍ବରାନ୍ବିତ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ନିରାମୟ ଯୋଜନାରେ ଔଷଧ ବିତରଣ ଓ ଜଳ ଯୋଗାଣ ପାଇଁ ଓଭରହେଡ ଟାଙ୍କି ନିର୍ମାଣର ସ୍ଥିତି, ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଜମି ଯୋଗାଇବା ନେଇ ବିଭାଗୀୟ ଅଧିକାରୀମାନଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ। ଏହି ଅବସରରେ ଉପସ୍ଥିତ ଲୋକ ପ୍ରତିନିଧି ସରକାରୀ ବାବୁ ସମସ୍ୟା ସମାଧାନ ଦିଗରେ ଅଣଦେଖା କରୁଥିବା ଅଭିଯୋଗ କରିଥିଲେ।

ବିପିଏମ୍‌ୟୁ ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ ଦୀପ ଧନ୍ୟବାଦ ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂହ, ଡୁଡାର ଉପନିର୍ଦେଶକ ସୁଦର୍ଶନ ସାଏ, ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ ଦୀପ ପ୍ରମୁଖ ମଞ୍ଚାସୀନଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ଷୁଦ୍ର ଜଲସେଚନ ଯନ୍ତ୍ରୀ ସତ୍ୟନାରାୟଣ ଅଗ୍ରୱାଲ, ଆର୍‌ ଆଣ୍ତ ବି ନିର୍ବାହୀ ଯନ୍ତ୍ରୀ ସୁଧା ସଙ୍ଗୀତା ଟୁଡୁ, ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ଅଜୟ ବେହେରା, ଆର୍‌ଡବ୍ଲୁଏସ୍‌ଏସ୍‌ ନିର୍ବାହୀ ଯନ୍ତ୍ରୀ ସରୋଜ ଶତପଥୀ, ଗୁଡ଼ଭେଲା ବିଡିଓ ଗୋରେଶ୍ବର ଭୋଇ, ଟିଟିଲାଗଡ଼ ବିଡିଓ ନବୀନଚନ୍ଦ୍ର ନାୟକ, ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବଚରଣ ବେହେରା, ଟିଟିଲାଗଡ଼ ବ୍ଲକ୍‌ ଅଧ୍ୟକ୍ଷା ସଞ୍ଜୁକ୍ତା ନାୟକ, ପୌରାଧ୍ୟକ୍ଷା ମମତା ଦେବୀ ଜୈନ, ଉପାଧ୍ୟକ୍ଷା ପୁଷ୍ପମଞ୍ଜରୀ ଜାଲ, ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ଅରୁଣ ମିଶ୍ର, ଚନ୍ଦ୍ରବଦନ ପୁରୋହିତ, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ପୂର୍ବ ନଗରପାଳ ଗୋବର୍ଦ୍ଧନ ନାଗ, ସରପ‌ଞ୍ଚ ବୀରବର ସାହୁ ଓ ନରେଶ ଅର୍ଗୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର