ପୋଖରୀରେ ବୁଡ଼ି ଛାତ୍ର ମୃତ

ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍‌ ସୁଲେକେଲା ଗାଁର ପୋଖରୀରେ ବୁଡ଼ିଯାଇ ମୃତ୍ୟୁଞ୍ଜୟ ମହାରଣା (୧୪ବର୍ଷ) ନାମ‌କ ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୁଲେକେଲା ନୋଡାଲ ୟୁପିସ୍କୁଲରେ କାର୍ଯ୍ୟରତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାରଣାଙ୍କ ଏକମାତ୍ର ପୁଅ ମୃତ୍ୟୁଞ୍ଜୟ ସୁଲେକେଲା ଧରମ ସିଂ ହାଇସ୍କୁଲର ନବମ ଶ୍ରେଣୀରେ ପଢୁଥିଲେ।

ଶନିବାର ସ୍କୁଲ ଛୁଟି ପରେ ସାଙ୍ଗସାଥୀମାନଙ୍କ ସହିତ ସୁଲେକେଲା ଗାଁର ବଡ଼ବନ୍ଧକୁ ଗାଧୋଇବା ପାଇଁ ଯାଇଥିଲେ। ପହଁରା ଜାଣି ନଥିବାରୁ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ। ଖବର ପାଇ ବେଲପଡ଼ା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ବେଲପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡା. ରବୀନ୍ଦ୍ର ମେହେର ତାଙ୍କୁ ମୃତ ଘୋଷଣା କରିଥିଲେ। ସନ୍ଧ୍ୟାରେ ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ତାଙ୍କ ନିଜ ଘର ବାଲେଶ୍ୱରକୁ ନିଆଯାଇଛି।

ସମ୍ବନ୍ଧିତ ଖବର