୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଓ ବାଟମଙ୍ଗଳା ଅଣ୍ଡରପାସ ପାଇଁ ୭ କୋଟି ମଂଜୁର  

ଖୋର୍ଦ୍ଧା: ଖୋର୍ଦ୍ଧା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଓ ବାଟମଣ୍ଡଳା ଠାରେ ଅଣ୍ଡରପାସ ନିର୍ମାଣ କରିବାକୁ ଦୀର୍ଘ ଦିନ ଧରି ଦାବି ହୋଇଆସୁଥିଲା । ଏନେଇ କେନ୍ଦ୍ର ସରକାର ୭ କୋଟି ଟଙ୍କା ମଂଜୁର କରିଥିବା ନେଇ ଭୁବନେଶ୍ବର ସାଂସଦ ଅପରାଜିତା ଘୋଷଣା କରିଛନ୍ତି ।

ଗତକାଲି ଗଡ଼ଖୋର୍ଦ୍ଧା ଛକ ଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜାତୀୟ ରାଜପଥ ପ୍ରାଧୀକରଣର ଆଂଚଳିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ଯେ ସେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ଦାବିକୁ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ନିକଟରେ ଉପସ୍ଥାପିତ କରିଥିଲେ । କେନ୍ଦ୍ରମନ୍ତ୍ରୀ ଗଡ଼ଖୋର୍ଦ୍ଧା ଓ ବାଟମଙ୍ଗଳା ଠାରେ ଅଣ୍ଡରପାସ ନିର୍ମାଣ କରିବାକୁ ୭ କୋଟି ଟଙ୍କା ମଂଜୁର କରିବାକୁ ସ୍ୱୀକୃତି ଦେଇଛନ୍ତି । ଏହାପରେ ସେ ଜାତୀୟରାଜପଥର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଜାତୀୟ ରାଜପଥ ପ୍ରାଧୀକରଣ ମଧ୍ୟ ଆସନ୍ତା ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ସହ ଜୁନ୍ ୩୦ ତାରିଖ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ସଭାରେ ଖୋର୍ଦ୍ଧାା ବିକାଶ ମଂଚର ସଭାପତି ନରେନ୍ଦ୍ର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘ ସଭାପତି ବିଜୟ ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା, ବିଚିତ୍ର ବଡ଼ଜେନା, ବିମଳ ଷଡ଼ଙ୍ଗୀ, ଜିଲ୍ଲା ବିଜେପି ସଭାପତି ରଶ୍ମୀରଂଜନ ମହାପାତ୍ର, ସ୍ଥାନୀୟ କାଉନ୍ସିଲର୍ କମଳ ପ୍ରଧାନ ଓ ସୁଶାନ୍ତ ଜେନା, ଏମ୍‌ଡି କାଲାମ, ଗୋପାଳକୃଷ୍ଣ ଦାସ, ପ୍ରଫୁଲ୍ଲ ଜେନା, ଗିରିଜା ଦାସ, ହେମନ୍ତ ପାତ୍ର, ନଗେନ୍ଦ୍ର ଚମ୍ପତ୍ତି, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରା, ବିପ୍ର ବେହେରା, ସଂଜୟ ପଟ୍ଟନାୟକ, ଶିଶିର ପରିଡ଼ା, ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର