ଏସ୍‌ସିବି ଏକ୍‌ମୋ ୟୁନିଟ୍‌ ଖାଲି, ପୁଣି ଜଣେ ରୋଗୀଙ୍କ ମୃତ୍ୟୁ

କଟକ : ଏସ୍‌ସିବିର ଏକ୍‌ମୋ ୟୁନିଟ୍‌ ଏବେ ଖାଲିପଡ଼ିଛି। ଯାଜପୁର ଜିଲ୍ଲାର ଜଣେ ୩୩ ବର୍ଷୀୟ ଯୁବକ ଟିକା ଗୋବିନ୍ଦ ସ୍ବାଇଁ ଅକ୍ଟୋବର ୨୩ ତାରିଖରେ ଚିକିତ୍ସା ପାଇଁ ଏକ୍‌ମୋ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଏକ୍‌ମୋର ୫୦ ଦିନର ଚିକିତ୍ସା ପରେ ଦୁଇଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ଗତ ମାସ ୧୩ ତାରିଖରୁ ଭୁବନେଶ୍ବରର ଜଣେ ୫୦ ବର୍ଷୀୟ ମହିଳା ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତାଙ୍କର ସୋମବାର ଦିନ ମୃତ୍ୟୁ ଘଟିଛି। ଫଳରେ ଆଜି ସୁଦ୍ଧା ଏସ୍‌ସିବି ଏକ୍‌ମୋ ୟୁନିଟ୍‌ରେ ୯ ଜଣ ରୋଗୀ ଚିକିତ୍ସିତ ହୋଇଥିବା ବେଳେ ସମସ୍ତଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର