ସେଲ୍‌ଟର ହୋମ୍‌ ଯୌନ ନିର୍ଯାତନା : ଅଧ୍ୟକ୍ଷଙ୍କ ସହ ବନ୍ଧାହେଲେ ତିନି

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ୍‌ ବେଲଟିକିରିସ୍ଥିତ ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେଣ୍ଟର’ ନାମକ ସେଲ୍‌ଟର ହୋମ୍‌ରେ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ଉପରେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫାୟାଜ୍‌ ରେହେମାନ୍‌ (୬୩), ପ୍ରୋଜେକ୍ଟ ଡାଇରେକ୍ଟର ତଥା ଇନ୍‌ଚାର୍ଜ ସୀମା˚ଚଳ ନାଏକ(୩୯) ଏବ˚ ସହକାରୀ ନିର୍ଦ୍ଦେଶକ ଉଦିତ୍‌ କୁମାର ଲିମା(୪୬)ଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ଛାତ୍ରୀମାନଙ୍କର ୩ଟି ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ୩ଟି ମାମଲା ରୁଜୁ କରିଥିବା ଏସ୍‌ପି ସନ୍ତୋଷ ନାୟକ ସୂଚନା ଦେଇଛନ୍ତି।

ବେଆଇନ୍‌ ଭାବେ ସ୍ଥାପିତ ‘ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ୍‌ ସେଣ୍ଟର’ରେ ଅନ୍ତେବାସୀ ଛାତ୍ରୀମାନଙ୍କୁ ମାନସିକ, ଶାରୀରିକ ନିର୍ଯାତନା ଓ ଯୌନ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା। ଆଜି ସକାଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନୁରାଧା ଗୋସ୍ବାମୀଙ୍କ ଉପସ୍ଥିତିରେ ସଦର ତହସିଲଦାର ଉଦୟ ମହାପାତ୍ର ଏହି ଅନୁଷ୍ଠାନ ସିଲ୍‌ କରିଦେଇଛନ୍ତି। ପ୍ରଶାସନ ପକ୍ଷରୁ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ସହର କାଠଗଡ଼ାସ୍ଥିତ ଓପନ୍‌ ସେଲ୍‌ଟର ଏବ˚ ଗୋବିନ୍ଦପୁର ସ୍ଥିତ ଦୟାନନ୍ଦ ସର୍ଭିସ୍‌ ସେଣ୍ଟଟରରେ ଥଇଥାନ କରାଯାଇଛି। ଅନ୍ତେବାସୀ ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା ଦେଇପାରିବେ ଏବ˚ ସେମାନଙ୍କ ପାଠ ପଢ଼ା ଠିକ୍‌ ଭାବେ ହୋଇପାରିବ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଉଛି ବୋଲି ଜିଲ୍ଲାପାଳ ନିଖଲ ପବନ କଲ୍ୟାଣ କହିଛନ୍ତି।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଏ ସ˚ପର୍କରେ ଗତ ୩୦ ତାରିଖରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ତେବାସୀ ଛାତ୍ରୀମାନଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଫାୟାଜ୍‌ ରେହେମାନ୍‌ ଏବ˚ ପ୍ରୋଜେକ୍ଟ ଡାଇରେକ୍ଟର ତଥା ଇନ୍‌ଚାର୍ଜ ସୀମା˚ଚଳ ନାଏକ ଅସଦାଚରଣ କରୁଥିବା ଶିଶୁ ସୁରକ୍ଷା ଅଧିକାରୀ ସେଥିରେ ଦର୍ଶାଇଥିଲେ। ଗତକାଲି ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷ ପ୍ରତାପ ଆଚାର୍ଯ୍ୟ ସଦର ଥାନାରେ ଦୁଇଟି ଲିଖିତ ଅଭିଯୋଗ କରିଛନ୍ତି।

ଗତକାଲି ସକାଳେ ପୁଲିସ୍‌ ଅନୁଷ୍ଠାନର ଅଧ୍ୟକ୍ଷ ଡ. ରେହେମାନ୍‌ଙ୍କୁ କଟକ ଫୁଲନଖରାରୁ ଗିରଫ କରିଛି। ସେ ପଶ୍ଚିମବଙ୍ଗ କୋଲକାତାର ୩୦ ମେଲ୍‌ଟଲୋନ୍‌ ସିଟି ଏବ˚ ୟୁଏସ୍‌ଏରେ ରୁହନ୍ତି। ଗିରଫ ୩ ଜଣଙ୍କୁ ଆଜି ସ˚ଧ୍ୟାରେ କୋର୍ଟଚାଲାଣ କରାଯାଇଛି।

ପୁଲିସ କହିଛି, ଡ. ରେହେମାନ୍‌ ଓଡିଶା, ପଶ୍ଚିମବଙ୍ଗ ଏବ˚ ଝାଡ଼ଖଣ୍ତ ଆଦି ୩ଟି ରାଜ୍ୟରେ ଗୁଡ୍‌ ନିୟୁଜ୍‌ ଇଣ୍ତିଆ ଡ୍ରିମ୍‌ସ ସେଣ୍ଟର କରିଛନ୍ତି। ଓଡ଼ିଶାରେ ୨୨ଟି, ପଶ୍ଚିମବଙ୍ଗରେ ୭ଟି ଏବ˚ ଝାଡ଼ଖଣ୍ତରେ ଗୋଟିଏ ସେଣ୍ଟର ରହିଛି। ବେଲ୍‌ଟିକିରି ସେଣ୍ଟରରେ ୮୧ ଜଣ ଅନ୍ତେବାସୀ ଥିବାବେଳେ ସେମାନଙ୍କ ମଧ୍ୟରୁ ୩୪ ଜଣ ପୁଅ ଏବ˚ ୪୭ ଜଣ ଝିଅ ରହିଛନ୍ତି। ସେଥିରୁ ୧୧ ଜଣ ଝିଅ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ସେମାନଙ୍କୁ ଖୋଜିବା ଲାଗି ଜିଲ୍ଲା ପୁଲିସ୍‌ ପଦକ୍ଷେପ ନେଉଛି।

ସମ୍ବନ୍ଧିତ ଖବର