ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି: ଭି କେ ପାଣ୍ଡିଆନ

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସୁଦ୍ଧା ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏବେ ସୁଦ୍ଧା ଦଳ ୮୦ରୁ ୮୫ ପ୍ରତିଶତ ବିଜୟ ହାସଲ କରିଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡି ନେତା ଭି କେ ପାଣ୍ଡିଆନ ଏଭଳି ଦମ୍ଭୋକ୍ତି କରିଛନ୍ତି।

ସେ ଆହୁରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବଡ଼ ବିଜୟ ହାସଲ କରିବ। ଏଥିସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ସେ କହିଛନ୍ତି, ବିଜେପି ମିଛ କହିବାର ସୀମା ଟପିଛି। ୧୦ ବର୍ଷ ତଳେ କହିଥିବା ତେଲ ଦର, ଏମଏସପି କଥା ଏଯାଏଁ କହିଲେନି।

ସମ୍ବନ୍ଧିତ ଖବର