କ୍ୟାଡର ମହିଳା ମାଓବାଦୀକୁ କୋର୍ଟରେ ହାଜର କରାଗଲା

କଣ୍ଟାବାଞ୍ଜି: ବଲାଙ୍ଗୀରସ୍ଥିତ ବିଚାରବିଭାଗୀୟ ଜେଲ୍‌ ହାଜତରେ ଥିବା କ୍ୟାଡର ମହିଳା ମାଓବାଦୀ ନିର୍ମଳା ଓରଫ ଉର୍ମିଳା ଓରଫ୍‌ ମଞ୍ଜୁଳା ମାଝୀକୁ ଶୁକ୍ରବାର କଣ୍ଟାବାଞ୍ଜି କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ହେଲେ କୌଣସି ସାକ୍ଷୀ ଅଦାଲତକୁ ନଆସିବାରୁ ଆସନ୍ତା ଏପ୍ରିଲ ୧୩ ତାରିଖ ଦିନ ମାମଲାର ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୩ ଏପ୍ରିଲ ମାସରେ ବଙ୍ଗୋମୁଣ୍ଡା ବ୍ଲକ୍‌ ବେଲପଡ଼ା ପଞ୍ଚାୟତ ଡଙ୍ଗିଆ ଗାଁର ଏକ ଦେଶୀ ମଦଭାଟିକୁ ମାଓବାଦୀମାନେ ପୋଡ଼ି ଦେଇଥିଲେ। ଏହି ଘଟଣାରେ ନିର୍ମଳାର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଥିଲା। ପରବର୍ତ୍ତୀ ସମୟରେ ନିର୍ମଳାକୁ ପୁଲିସ ଟିଟିଲାଗଡ଼ ରେଳ ଷ୍ଟେସନ୍‌ରୁ ଗିରଫ କରିଥିଲା। କୋର୍ଟରେ ତା’ର ଜାମିନ ନାମଞ୍ଜୁର ହେବାରୁ ତାକୁ ବଲାଙ୍ଗୀରସ୍ଥିତ ବିଚାରବିଭାଗୀୟ ଜେଲ୍‌ ହାଜତକୁ ପଠାଯାଇଥିଲା।

ସମ୍ବନ୍ଧିତ ଖବର