ଡିବିରି ନିଆଁରେ ଜଳିଗଲେ ମହିଳା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଅଙ୍କୁରା ଗ୍ରାମର ସୁଲୋଚନା ମୁଣ୍ଡା (୩୫) ଡିବିରି ନିଆଁରେ ପୋଡ଼ି ହୋଇଯାଇଛନ୍ତି। ଗତକାଲି ରାତିରେ ସମ୍ପୃକ୍ତ ମହିଳା ଘରେ ଡିବିରି ଜାଳି ଶୋଇଥିଲେ। ବିଳମ୍ବିତ ରାତିରେ ଡିବିରିରୁ ନିଆଁ ଲାଗିଯିବାରୁ ସେ ଚିତ୍କାର କରିଥିଲେ। ପରିବାର ଲୋକେ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ।  ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟଣା ଡାକ୍ତରଖାନାକୁ ନେଇଥିଲା। ମାତ୍ର ଅବସ୍ଥା ଉଦ୍‌ବେଗଜନକ ଥିବାରୁ ତାଙ୍କୁ ଡାକ୍ତର ସେଠାରୁ କେନ୍ଦୁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।

ସମ୍ବନ୍ଧିତ ଖବର