ବୈତରଣୀ ପୋଲରୁ ଡେଇଁ ଯୁବତୀ ନିଖୋଜ

ଚାନ୍ଦବାଲି: ଚାନ୍ଦବାଲିର ବୈତରଣୀ ପୋଲ ଉପରୁ ଡେଇଁ ଜଣେ ଯୁବତୀ ନିଖୋଜ ହୋଇଯାଇଛନ୍ତି। ଯୁବତୀର ଘର ଧାମରା ଜୋନ ଜାଗୁଳା ଗ୍ରାମପଂଚାୟତ ଜାଗୁଳା ଗ୍ରାମ‌େର। ସେ  ରାଜକନିକା ବୁରୁଡିଅା ମାମୁଁ ଅକ୍ଷୟ ପାତ୍ରଙ୍କ ପରେ ରହି ପାଠ ପଢୁଥିଲେ। ଆଜି ସକାଳେ ଚାନ୍ଦବାଲିରେ କମ୍ପୁଟର  କ୍ଲାସ କରିବେ ବୋଲି କହି ମାମୁଁ ଘରୁ ଆସିଥିଲେ। ହେଲେ ଦିନ ୧୨ଟା ବେଳେ ବୈତରଣୀ ବ୍ରିଜ ଉପରେ ସାଇକେଲ ଓ ବ୍ୟାଗ ରଖି  ବ୍ରିଜ ଉପରୁ ୧୦୦ଫୁଟ ତଳେ ଥିବା ନଦୀକୁ  ଡେଇଁ ପଡିଥିବା କିଛି ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ଦେଖିଥିଲେ।

ଉକ୍ତ ଯୁବତୀର  ବ୍ୟାଗରେ +୨ ସାଟିଫିକେଟ ସହିତ ଅାଉ କିଛି କାଗଜ, ଏକ ବ୍ୟାଙ୍କ ପାସବହି ରହିଛି। ସାଟିଫିକେଟରେ ଯୁବତୀର ନାମ ସିମରନ ଜେନା ବୋଲି ଜଣାପଡିଛି ା ତେବେ ଖବର ପାଇ ରାଜକନିକା ଓ ଚାନ୍ଦବାଲି ଦମକଳ ବାହିନୀ ପହଞ୍ଚି ନଦୀରେ ଖୋଜାଖୋଜି କରୁଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଯୁବତୀର କୌଣସି  ପତ୍ତା ମିଳି ନ ଥିବା ବେଳେ  ଝିଅଟିର ସାଇକେଲ ଓ ବ୍ୟାଗକୁ  ତାଙ୍କ ମାମୁଁ ଚିହ୍ନଟ କରିବା ପରେ ରାଜକନିକା ପୁଲିସ ଥାନାକୁ ନେଇଛି। କେଉଁ କାରଣ ପାଇଁ ଝିଅଟି ଆତ୍ମହତ୍ୟା କରିଛି ତାହା ଜଣାପଡିନାହିଁ।

ସମ୍ବନ୍ଧିତ ଖବର