ଗଛ ପଡ଼ି ଛେନାପଦି-ହଦଗଡ଼ ରାସ୍ତା ଅବରୋଧ

ହାଟଡିହି : କାଳବୈଶାଖୀ ପ୍ରଭାବରେ ଆଜି ସନ୍ଧ୍ୟାରେ ହାଟଡିହି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅପରାହ୍‌ଣ ୫ଟାବେଳେ ଖୁବ୍‌ ଜୋରରେ ପବନ ବହିବା ସହ ବର୍ଷା ହୋଇଥିଲା। ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗିଥିଲା। ଅନେକ ଲୋକଙ୍କ ଚାଳ ଛପର ଉଡ଼ିଯାଇଥିବା ଜଣାପଡ଼ିଛି।

ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ଭାଙ୍ଗି ପଡ଼ି ବିଦ୍ୟୁତ୍‌ ତାର ଉପରେ ପଡ଼ିଥିବାରୁ ସମଗ୍ର ବ୍ଲକ୍‌ରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଛେନାପଦି-ହଦଗଡ଼ ରାସ୍ତାର ବୈଦାଖିଆ ନିକଟରେ ଏକ ବିରାଟ ଆମ୍ବଗଛ ଭାଙ୍ଗି ଏକ ଟ୍ରକ ଉପରେ ପଡ଼ିଥିଲା। ଫଳରେ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏ‌ ସମ୍ପର୍କରେ ସ୍ଥାନୀୟ ଲୋକେ ହାଟଡିହି ଅଗ୍ନିଶମ ବାହିନୀକୁ ଜଣାଇଥିଲେ। ଅଗ୍ନିଶମ ବିଭାଗର ଗାଡ଼ି ଅନ୍ୟତ୍ର ପଳାଇଥିବାରୁ ସ୍ଥାନୀୟ ଲୋକେ ଗଛକାଟି ରାସ୍ତା ସଫା କରିବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର