ଭୁବନେଶ୍ବରରେ ହୋଲି: ଦୁର୍ଘଟଣାରେ ୨ ମୃତ, ଆକ୍ରମଣର ଶିକାର ହୋଇ ଏକାଧିକ ଗୁରୁତର

ଭୁବନେଶ୍ବର: ରଙ୍ଗର ପର୍ବରେ ହୋଲିରେ ଅଘଟଣ ଘଟିଛି। ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ଭିନ୍ନଭିନ୍ନ ସ୍ଥାନରେ ୨ ଜଣ ଯୁବକ ପ୍ରାଣ ହରାଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଜରିପାଟାଣରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସିିଆରପି ଓଭର ବ୍ରିଜ୍‌ ଉପରେ ଦୁର୍ଘଟଣାରେ ଜଣେ ଯୁବକଙ୍କ ଜୀବନ ଯାଇଛି।

ଚଳିତବର୍ଷ ହୋଲିରେ ନିଶାଗ୍ରସ୍ତ ହୋଇ ଅନେକ ଆହତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଚିଲିପୋଖରୀ ଶିବନଗରରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି। ହୋଲିରେ ରଙ୍ଗ ଖେଳ ସାରି ଯୁବକମାନେ ସାଙ୍ଗ ହୋଇ ଭୋଜି ଖାଉଥିବା ବେଳେ ହଠାତ ୩ଜଣ ଆକ୍ରମଣ କରିଥିଲେ। କଟୁରୀ ଭଳି ମାରଣାସ୍ତ୍ରରେ ମୁଣ୍ଡକୁ ହାଣିବା ସହ ନିକଟ କେନାଲରେ ବୁଡେଇ ମାରିବାକୁ ଚେଷ୍ଟା କରିଥିଲେ। ଅଭିଯୁକ୍ତ ତପୁ, ସିପୁ, ଭିକିଙ୍କ ନାଁରେ ଏନେଇ ବଡଗଡ଼ ଥାନାରେ ଅଭିଯୋଗ ହୋଇଛି। ରକ୍ତାକ୍ତ ଅବସ୍ଥାରେ ଆହତ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ ଜଣ ଗୁରୁତର ଅଛନ୍ତି।

ସମ୍ବନ୍ଧିତ ଖବର