ପୁଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ନକ୍ସଲ ନିପାତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅସାନ୍ତ ହୋଇପଡ଼ିଛି। ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି। ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନକାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି। ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ମିରତୁର ଓ ଗାଙ୍ଗଲୁର ଥାନା ଅଂଚଳର ଜପ୍ପେମାରକା ଏବଂ କମକାବାର ଜଂଗଲରେ ପଶ୍ଚିମ ବସ୍ତର ଡିଭିଜନର କମାଣ୍ଡର ପାଣ୍ଡରୁ, ଭେରମଗଡ ଏରିଆ କମିଟିର ଏସିଏମ ଜଗା, ସୋନୁ, ରାଜେଶ କଡତି ସମତ ୧୫ରୁ ୨୦ ଜଣ ନକ୍ସଲ କ୍ୟାମ୍ପ କରି ରହିଥିବା ଜାଣିବା ପରେ ଜିଲ୍ଲା ପୁଲିସ ସହ ଏସଟିଏଫ, ଡିଆରିଜି ଯବାନ ଚଢାଉ କରିଥିଲେ। ନକ୍ସଲ ଏବଂ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା।

ଏହି ଗୁଳିବିନିମୟରେ ୨ ଜଣ ମହିଳା ନକ୍ସଲ ମୃତ୍ୟୁବରଣ କରିଥିଲେ। ଏମାନଙ୍କ ନାମରେ ସରକାର ୫ ଲକ୍ଷ ଟଂକା ପୁରସ୍କାର ରାଶି ଘୋଷଣା କରିଥିଲେ। ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ଜିଲୋଟିନ ଷ୍ଟିକ, ବିସ୍ଫୋରକ, ନଗଦ ୨୦ ହଜାର ଟଂକା, ପୋଷାକ, ପୁସ୍ତକ ସହ ବହୁ ସାମଗ୍ରୀ ଜବତ କରାଯାଇଛି। ମୃତ୍ୟୁବରଣ କରିଥିବା ଦୁଇ ଜଣ ମହିଳା ନକ୍ସଲ ହେଲେ ବିଜ୍ଜେ ତାତି(୩୫) ଭେରମଗଡ ଏରିଆ କମିଟି ସଦସ୍ୟା।ତାତି ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ତାତି ୨୦୦୮ରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା। ସେହିପରି ଅନ୍ୟ ଜଣେ ହେଲା ନୀଲା ଫରସା(୩୦)।ନୀଲା ଗାଙ୍ଗଲୁର ଏରିଆ କମିଟିର ସଦସ୍ୟା।ସରକାର ନୀଲା ନାମରେ ମଧ୍ୟ ୫ ଲକ୍ଷ ଟଂକା ପୁରସ୍କାର ଘୋଷଣା କରିଥିଲେ। ନୀଲା ୨୦୧୧ରେ ସଂଗଠନରେ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର