ଉତ୍କଳ ଦିବସ ପାଳନ ଉପରେ କଟକଣା : ସଭା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ନା

ଭୁବନେଶ୍ବର: କରୋନା କାଳରେ ଉତ୍କଳ ଦିବସ ପାଳନ ପାଇଁ ଆସିଲା ଗାଇଡଲାଇନ୍। ଏଥର କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।
ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ସରକାରୀ ବୈଠକ ଏବଂ ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି। କିନ୍ତୁ ସାମାଜିକ ଦୂରତା ରକ୍ଷା, ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ସହିତ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ସଭା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି।ସେହିପରି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଂଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି ।
ତେବେ ଅନ୍ୟ କୌଣସି ସଂଗଠନ କରୋନା ନିୟମ ପାଳନ କରି ଉତ୍କଳ ଦିବସ ପାଳନ କରିବାକୁ ଚାହିଁଲେ ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ଅନୁମତି ପଡ଼ିବ । ଜିଲ୍ଲାପାଳ, ପୌର କମିସନରଙ୍କ ଠାରୁ ଅନୁମତି ନେଇପାରିବେ। ଉତ୍କଳ ଦିବସ ପାଳନରେ କରୋନା କଟକଣାକୁ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର।

 

ସମ୍ବନ୍ଧିତ ଖବର