ବାର୍‌ହା ଆକ୍ରମଣରେ ଯୁବକ ଗୁରୁତର

ପାଟଣାଗଡ଼: ମହୁଲ ଗୋଟାଇବାକୁ ଯାଇଥିବା ବେଳେ ବାର୍‌ହା ଆକ୍ରମଣର ଶିକାର ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ପଡ଼ିଆବାହାଲ ପଞ୍ଚାୟତ ଅଏଁଲାପାଲି ଗାଁର ଭୀମ ଭୋଇ (୨୦ବର୍ଷ) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ବୁଧବାର ସକାଳୁ ଭୀମ ନଦୀ ପାଖ ମହୁଲ ଗଛ ନିକଟକୁ ମହୁଲ ଗୋଟାଇବା ପାଇଁ ଯାଇଥିଲେ।

ଏହି ସମୟରେ ୧୦ରୁ ଅଧିକ ବର୍‌ହା ତାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଚିତ୍କାର କରିବାରୁ ନିକଟରେ ଥିବା ଗାଁ ଲୋକେ ଧାଇଁ ବର୍‌ହାମାନଙ୍କୁ ଘଉଡ଼ାଇ ଭୀମଙ୍କୁ ଉଦ୍ଧାର କରିଥିଲେ। ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର