ପେମେଣ୍ଟ ବ୍ୟାଙ୍କ ସେବା ଆରମ୍ଭ କଲା ରିଲାଏନ୍ସ ଜିଓ

ନୂଆଦିଲ୍ଲୀ:  ଭାରତୀୟ ଟେଲିକମ ଜଗତରେ  ଚହଳ ସୃଷ୍ଟି କରିଥିବା ରିଲାଏନ୍ସ ଜିଓ ଏବେ ବ୍ୟାଙ୍କ ସେବା କ୍ଷେତ୍ରରେ ପ୍ରବେଶ କରିଛି । ଏହି ପେମେଣ୍ଟ ବ୍ୟାଙ୍କର ନାଁ ରଖାଯାଇଛି ଜିଓ ପେମେଣ୍ଟ ବ୍ୟାଙ୍କ  । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜିଓକୁ ପେମେଣ୍ଟ ବ୍ୟାଙ୍କ  ଲାଇସେନ୍ସ ଦିଆଯିବା ପରେ କମ୍ପାନି ଏହି ସେବା ଆରମ୍ଭ କରିଛି । କମ୍ପାନି ପକ୍ଷରୁ ସ୍ପଳ୍ପ ପରିମାଣର ଜମା, ପେମେଣ୍ଟ ଓ ରେମିଟାନ୍ସ ସର୍ଭିସ ଆଦି ସେବା ପ୍ରଦାନ କରାଯିବ ।  ଜିଓ ପେମେଣ୍ଟ ବ୍ୟାଙ୍କ ହେଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଓ  ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ଏହି ୭୦: ୩୦ ଅଂଶଧନ ବିଶିଷ୍ଟ କମ୍ପାନି ।

ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଆହୁରି ସଂପ୍ରସାରିତ କରିବା ଲକ୍ଷ୍ୟରେ ଗତ ୨୦୧୫ ଅଗଷ୍ଟମାସରେ ରିଜର୍ଭ ବ୍ୟାଙ୍କ  ପକ୍ଷରୁ ୧୧ଟି ସଂସ୍ଥାକୁ ପେମେଣ୍ଟ ବ୍ୟାଙ୍କ ଲାଇସେନ୍ସ ଦିଆଯାଇଥିଲା । ସେଗୁଡ଼ିକ ମଧ୍ୟରେ ଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌, ଏୟାରଟେଲ, ପେଟିଏମ, ଆଇଡିଆ ଫ୍ଲିପକାର୍ଟ ଫୋନପେ, ଇଣ୍ଡିଆ ପୋଷ୍ଟ, ଫିନୋ ଇତ୍ୟାଦି । ପୂର୍ବରୁ ଏୟାରଟେଲ, ପେଟିଏମ, ଫୋନପେ, ଆଇଡିଆ ଆଦି ନିଜର ପେମେଣ୍ଟ ବ୍ୟାଙ୍କସେବା ଆରମ୍ଭ କରିସାରିଛନ୍ତି ।  କିନ୍ତୁ ସରକାରୀ ସଂସ୍ଥା ଇଣ୍ଡିଆ ପୋଷ୍ଟ (ଡାକ ବିଭାଗ) ପକ୍ଷରୁ ଏପର୍ଯ୍ୟନ୍ତ ନିଜର ସେବା ଆରମ୍ଭ କରି ନାହିଁ ।  ସଂସ୍ଥା ପକ୍ଷରୁ ଏପର୍ଯ୍ୟନ୍ତ ନିଜର ପାଇଲଟ ପ୍ରକଳ୍ପ ଚାଲିଛି ।  ପେମେଣ୍ଟ ବ୍ୟାଙ୍କ କ୍ଷେତ୍ରରେ ରିଲାଏନ୍ସର ପ୍ରବେଶ ପରେ ଏ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି ।

 

 

 

 

ସମ୍ବନ୍ଧିତ ଖବର