କଂଗ୍ରେସ ସହିତ ୪୦ ବର୍ଷର ସମ୍ପର୍କ ଶେଷ କରି ବିଜେଡ଼ିରେ ସାମିଲ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ

ପ୍ରତିକ୍ରିୟାରେ କହିଲେ ବିଜେଡ଼ିରେ ସ୍ଥାନ ଦେଇଥିବାରୁ ନବୀନଙ୍କୁ ଧନ୍ୟବାଦ

ବ୍ରହ୍ମପୁର: କଂଗ୍ରେସ ସହିତ ୪୦ ବର୍ଷର ସମ୍ପର୍କ ଶେଷ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ର ରାଷ୍ଟମନ୍ତ୍ରୀ ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଏହି ଅବସରରେ ସେ କହିଛନ୍ତି, ଦଳରେ ସାମିଲ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି। ନବୀନଙ୍କ ବିକାଶ ଧାରା ମୋତେ  ବିଜେଡ଼ିରେ ସାମିଲ ହେବାକୁ ପ୍ରେରଣା ଯୋଗାଇଛି। ବିକାଶ ପୁରୁଷ  ନବୀନ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ହୋଇ ପାରିଛନ୍ତି। ତାଙ୍କ ନେତୃତ୍ୱରେ ମୁଁ ଗୁଣ୍ଡୁଚି ମୂଷା ଭଳି କାମ କରିବି। ଚନ୍ଦ୍ରଶେଖର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ଏ ଅବସରରେ ମନେ ପକାଇଛନ୍ତି।

 

ବ୍ରହ୍ମପୁରରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ହଜାର ହଜାର ସମର୍ଥକଙ୍କ ସହିତ ବିଜେଡ଼ିରେ ଯୋଗ ଦେଇଛନ୍ତି।  ଚନ୍ଦ୍ରଶେଖର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଦଳୀୟ ସଦସ୍ୟତା ରସିଦ ଗ୍ରହଣ କରିଛନ୍ତି। ଚନ୍ଦ୍ରଶେଖରଙ୍କ ବ୍ୟତୀତ ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସାଧାରଣ ସଂପାଦକ ବିକ୍ରମ ପଣ୍ଡା ଓ ପୂର୍ବତନ ଜିଲ୍ଲା ସଭାପତି ଭଗବାନ ଗନ୍ତାୟତ ମଧ୍ୟ ବିଜେଡ଼ିରେ ସାମିଲ ହୋଇଛନ୍ତି। ଏଥି ସହିତ ବ୍ରହ୍ମପୁର ମହାନଗର ନିଗମର ସମସ୍ତ କଂଗ୍ରେସ କର୍ପୋରେଟର ବିଜେଡ଼ିରେ ଯୋଗ ଦେଇଛନ୍ତି। ପୁରୁଷୋତ୍ତମପୁର ନଗର କଂଗ୍ରେସ ସଭାପତି ଦଳ ଛାଡ଼ିଥିବାବେଳେ ଛତ୍ରପୁର ବିଧାନସଭା ପ୍ରାର୍ଥୀ ବନମାଳି ସେଠୀ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି।

ଅପରପକ୍ଷେ ଗଂଜାମରେ ନିଜର ଦୁର୍ଗ ରକ୍ଷା କରିବା ପାଇଁ ଆଗାମୀ ଏପ୍ରିଲ ୫ରେ  ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଗଞ୍ଜାମ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।

 

ସମ୍ବନ୍ଧିତ ଖବର