ଅସୁସ୍ଥ ମା’ଙ୍କୁ ହସ୍ପିଟାଲ ନେଇ ଯାଇଥିବା ପୁଅ ଉଚ୍ଚତା ପାଇଁ ହେଲେ ହଟହଟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁଜଫରନଗରରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭାଇରାଲ ଭିଡିଓରେ ଜଣେ ୮ଫୁଟ ୪ଇଞ୍ଚ ଉଚ୍ଚର ଯୁବକଙ୍କୁ ଦେଖିବାକୁ ମିଳୁଛି। ଯିଏକି ତାଙ୍କ ଅସୁସ୍ଥ  ମା’ଙ୍କୁ ଚିକିତ୍ସା ପାଇଁ  ହସ୍ପିଟାଲ ନେଇ ଯାଇଥିବା ବେଳେ ଲୋକଙ୍କ ଗହଳିରେ ଫସି ଯାଇଥିଲେ।

ହସ୍ପିଟାଲରେ ଯୁବକଙ୍କ ଉଚ୍ଚତା ଦେଖି ଲୋକ ତାଙ୍କ ସହିତ ଫ‌ଟୋ ଉଠାଇବା ଭିଡ଼ ଜମାଇ ଦେଇଥି‌ଲେ। ଯେଉଁ କାରଣରୁ ଯୁବକଙ୍କୁ ହସ୍ପିଟାଲରେ ହଟହଟା ହେବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ‌‌ଶ୍ବେତଲାନା ନାମକ ଜଣେ ମହିଳାଙ୍କୁ ଆଘାତ ଲାଗିଥିଲା। ଯେଉଁ କାରଣରୁ ଶ୍ବେତଲାନାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ତାଙ୍କ ପୁଅ କରଣ ବି ମା’ଙ୍କ ସହିତ ଥିଲା।

ଦାବି କରାଯାଉଛି କି କରଣଙ୍କ ଉଚ୍ଚତା ୮ଫୁଟ ୪ଇଞ୍ଚ ରହିଛି। ତାଙ୍କୁ ଏସିଆର ସବୁଠାରୁ ଦୀର୍ଘତମ ଉଚ୍ଚତା ବିଶିଷ୍ଟ ଯୁବକ ବୋଲି କୁହାଯାଉଛି। ମୁଜଫରନଗରର କକରୋଲି ଅଞ୍ଚଳରେ ରହୁଥିବା ଶ୍ବେତଲାନାଙ୍କ ବିବାହ ‌ମେରଠରେ ରହୁଥିବା ସଞ୍ଜୟ ସିଂହଙ୍କ ସହିତ ହୋଇଥିଲା।

‌ଶ୍ବେତଲାନାଙ୍କ ପୁଅ କରଣ ନିଜର ଉଚ୍ଚତା ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। କରଣ ନିକଟରେ ୧୦ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଉଚ୍ଚ ଶିକ୍ଷା ପାଇଁ ଯୋଜନା କରୁଛନ୍ତି। କରଣଙ୍କ ପାଠପଢ଼ା ସହିତ ବାସକେଟ ବଲ ପ୍ରତି ରୁଚି ରହିଛି। ମା’ ଶ୍ବେତଲାନାଙ୍କ ଉଚ୍ଚତା  ୭ଫୁଟ ୨ଇଞ୍ଚ ଥିବା ବେଳେ ବାପା ସଞ୍ଚୟଙ୍କ ଉଚ୍ଚତା ୬ଫୁଟ ୬ଇଞ୍ଚ ରହିଛି।

 

 

ସମ୍ବନ୍ଧିତ ଖବର