ଆଇପିଏଲ୍ : ହାଇଦ୍ରାବାଦ ଆଗରେ ୨୧୩ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ, ଅଳ୍ପକେ ଶତକରୁ ବଞ୍ଚିତ ହେଲେ ଗାୟକ୍ବାଡ୍

ଚେନ୍ନାଇ: ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୪ର ୪୬ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଆଗରେ ୨୧୩ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଓପନର ଅଜିଙ୍କ୍ୟ ରାହାଣେ ମାତ୍ର ୯ ରନ କରି ଆଉଟ ହେବା ପରେ ଋତୁରାଜ ଗାୟକ୍ବାଡ୍ ଓ ଡାରିଲ୍ ମିଚେଲଙ୍କ ମଧ୍ୟରେ ଏକ ବଡ଼ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ଗାୟକ୍ବାଡ୍ ମାତ୍ର ୫୪ ବଲରୁ ୯୮ କରି ଆଉଟ ହୋଇଥିଲେ ଓ ଅଳ୍ପକେ ନିଜ ଶତକରୁ ବଞ୍ଚିତ ହୋଇଥିଲେ। ସେହିପରି ମିଚେଲ ୫୨ରନ କରି ଆଉଟ ହୋଇଥିଲେ । ଶିଭମ ଦୁବେ ଅପରାଜିତ ୩୯ ରନ ଓ ମହେନ୍ଦ୍ର ସିଂ ଧୋନୀ ଅପରାଜିତ ୫ ରନ କରିଥିଲେ । ହାଇଦ୍ରାବାଦ ତରଫରୁ ଭୁବନେଶ୍ବର କୁମାର, ଟି.ନଟରାଜନ ଓ ଜୟଦେବ ଉନାଡକଟ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜିର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ୯ ଓ୍ବିକେଟରେ ହରାଇଥିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଓ୍ବିଲ ଜାକ୍ସଙ୍କ ବିସ୍ଫୋରକ ଶତକ (୪୧ ବଲରୁ ୧୦୦ ରନ) ଓ ବିରାଟ କୋହଲିଙ୍କ ଉପଯୋଗୀ ଅର୍ଦ୍ଧଶତକ (୪୪ ବଲରୁ ୭୦ ରନ) ବଳରେ ବେଙ୍ଗାଲୁରୁ ୨୦୧ ରନର ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା ।

ସମ୍ବନ୍ଧିତ ଖବର