ବୋତଲରେ ପାଣି ରଖି ପିିଇବା ଆଜିକାଲି ପ୍ରାୟ ଏକ ଫେସନ୍ ପାଲଟିଗଲାଣି। ବାହାରକୁ ଗଲେ ବୋତଲରେ ପାଣି ନେବା ତ ନିଆହି ଆବଶ୍ୟକ ପଡ଼ିଥାଏ ମାତ୍ର ଏବେ ଘରେ ବି ଲୋକମାନେ ବୋତଲ ପାଣି ପିିଇବା ଆରମ୍ଭ କରି ଦେଲେଣି। ମାତ୍ର ମନେ ରଖନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ। ଦୀର୍ଘ ଦିନ ଧରି ପ୍ଲାଷ୍ଟିକ୍ ବୋତଲରେ ପାଣି ରଖି ପିଇବା ଦ୍ୱାରା ନାନା ସମସ୍ୟା ସବୁ ଉପୁଜିଥାଏ। ଆସନ୍ତୁ ଜାଣିବା ସେସବୁ କ’ଣ।
Sambad is now on WhatsApp
Join and get latest news updates delivered to you via WhatsApp
ଜାଣିରଖନ୍ତୁ ଯେ ବୋତଲେ ଥରେ ପାଣି ପଶିଯିବା ମାନେ ସ୍ୱଚ୍ଛ ପାଣି ଅସ୍ୱଚ୍ଛ ହୋଇଗଲା। ଆମେ ନିଜକୁ ସୁସ୍ଥ ରଖିବା ପାଇଁ ଅତ୍ୟଧିକ ପାଣି ପିଇଥାନ୍ତି। ମାତ୍ର ମନେ ରଖନ୍ତୁ ସବୁବେଳେ ବୋତଲର ପାଣି ପଇବା ଓଲଟା ପ୍ରଭାବ ପକାଇଥାଏ। ଆପଣ କାଚ, ମାଟି କିମ୍ବା ଷ୍ଟିଲ୍ ପାତ୍ରରେ ପାଣି ରଖି ବ୍ୟବହାର କରିପାରନ୍ତି। ନହେଲେ ପେଟ ସମସ୍ୟା ଭୋଗିପାରନ୍ତି।
ବୋତଲେ ଦୀର୍ଘ ସମୟ ଧରି ପାଣି ରହିଲେ ତାହା ବିଷ ପାଲଟିଯାଏ। କେତେକ କମ୍ପାନି ଭଲ ପ୍ଲାଷ୍ଟିକ୍ରେ ବୋତଲ ତିଆରି କରିଥାନ୍ତି ବୋଲି ବିଜ୍ଞାପନ କରିଥାନ୍ତି। ମାତ୍ର ମନେ ରଖନ୍ତୁ ପ୍ଲାଷ୍ଟିକ୍ ଯେତେ ବି ଭଲ ହେଉ ନା କାହିଁକି ସେଥିରେ ଦୀର୍ଘ ସମୟ ଧରି ପାଣି ପଶିଲେ ତାହା ଦେହ ପାଇଁ ଆଦୌ ସୁସ୍ଥକର ନୁହେଁ। ନିଶ୍ୱାସ ନେବାରେ ଅସୁବିଧା ଏବଂ କୋଷ୍ଟକାଠିନ୍ୟ ଆଦିର ଭୟ ରହିଛି।
ବଜାରେରେ ମିଳୁଥିବା କିଣା ପାଣି ତ ଆଦୌ ପିଅନ୍ତୁ ନାହିଁ। ପାରୁଛନ୍ତି ଯଦି ଯାତ୍ରା ସମୟରେ ଘରୁ ପାଣି ନେଇ ଯାଆନ୍ତୁ। ତାହାର କୌଣସି ନିର୍ଦ୍ଦିଷ୍ଟତା ନାହିଁ ଯେ ବଜାରରେ ମିଳୁଥିବା ପାଣି ସ୍ୱଚ୍ଛ ବୋଲି।
ଆପଣ ଏକଥା ନିଶ୍ଚୟ ଜାଣିଥିବେ ଯେ ପ୍ଲାଷ୍ଟିକ୍ ଆଦୌ ବି ପରିବେଶ ଅନୁକୂଳ ନୁହେଁ। ଆପଣ ବୋତଲରେ ପାଣି ପିଇବା ବା କିଣା ପାଣିକୁ ବ୍ୟବହାର ନକରିବା ଦ୍ୱାରା ପରିବେଶର ବି ମଙ୍ଗଳ କରିପାରିବେ।