ମେ’ ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ଆଗାମୀ ମେ’ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ। ଏଥି ପାଇଁ ବୋର୍ଡ ପକ୍ଷରୁ ସୂଚନା ମିଳିଛି। ବୋର୍ଡ ସଭାପତି ଜାହାନାରା ବେଗମ୍‌ ବୁଧବାର କହିଛନ୍ତି, ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଯାଞ୍ଚ ସରିଛି। ଶିକ୍ଷକଙ୍କ ଅସହଯୋଗ ସତ୍ତ୍ୱେ କୌଣସି ତ୍ରୁଟି ହୋଇନି। ଚଳିତ ବର୍ଷ ନିର୍ଭୁଲ ଫଳ ପ୍ରକାଶ ପାଇଁ ବୋର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର