ସାମରିକ ବେସ୍‌ରେ ବିସ୍ଫୋରଣ: ୨୦ ସୈନ୍ୟଙ୍କ ମୃତ୍ୟୁ ସମ୍ପର୍କରେ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କ ସୂଚନା

ଫେନୋମ୍ ପେହ୍ନ: କାମ୍ବୋଡିଆର ଏକ ସାମରିକ ବେସ୍‌ରେ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୨୦ ସୈନିକ ପ୍ରାଣ ହରାଇଛନ୍ତି। କାମ୍ବୋଡିଆର ପ୍ରଧାନମନ୍ତ୍ରୀ ହନ ମନେଟ ଏହି ସୂଚନା ଦେଇଛନ୍ତି। ବିସ୍ଫୋରଣରେ ୨୦ ଜଣ ସୈନିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମନେଟ ସୋସିଆଲ ମିଡିଆରେ କହିଛନ୍ତି।

ଆହତ ସୈନିକମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ମନେଟ ସୋସିଆଲ ମିଡିଆରେ ଏକ ପୋଷ୍ଟରେ କହିଛନ୍ତି ସେ କାମ୍ପୋଙ୍ଗ ସ୍ପୁ ପ୍ରଦେଶର ଏକ ସାମରିକ ବେସରେ ବିସ୍ଫୋରଣ ଖବର ପାଇଥିଲେ। ବିସ୍ଫୋରଣର କାରଣ କଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପ୍ରଧାନମନ୍ତ୍ରୀ ମୃତ ସୈନିକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସରକାର ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ଏବଂ ମୃତ୍ୟୁବରଣ କରିଥିବା ତଥା ଆହତମାନଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ଘଟଣାସ୍ଥଳର ଫଟୋରୁ ଜଣାପଡିଛି ଅନେକ କ୍ଷତିଗ୍ରସ୍ତ ଅଟ୍ଟାଳିକାରୁ ଏବେ ବି ଧୂଆଁ ବାହାରୁଛି। ସଂରକ୍ଷଣ ପାଇଁ ବ୍ୟବହୃତ ତିନୋଟି କୋଠା ଏବଂ ଗୋଟିଏ କାର୍ଯ୍ୟାଳୟ ନଷ୍ଟ ହୋଇଯାଇଛି ବୋଲି ସେନା ଅଧିକାରୀ କର୍ଣ୍ଣେଲ ୟେଙ୍ଗ ସୋଖନ୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସେନା ମୁଖ୍ୟ ଜେନେରାଲ ମାଓ ସୋଫାନଙ୍କୁ ଏକ ସଂକ୍ଷିପ୍ତ ରିପୋର୍ଟରେ କହିଛନ୍ତି। ସେ କହିଛନ୍ତି ୨୫ ଗ୍ରାମବାସୀଙ୍କ ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

କାମ୍ବୋଡିଆ, ଏହି ଅଞ୍ଚଳର ହିଟ୍ ୱେଭ୍ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ଘଟିଥିବା ପ୍ରଦେଶରେ ତାପମାତ୍ରା ଶନିବାର ୩୯ ଡିଗ୍ରୀ ସେଲସିୟସ୍ (୧୦୨ ଡିଗ୍ରୀ ଫାରେନ୍ହାଇଟ୍) ପଞ୍ଜିକୃତ ହୋଇଥିଲା। ଏହି ଉଚ୍ଚ ତାପମାତ୍ରା ଯୋଗୁ ବିସ୍ଫୋରଣ ହୋଇ ନ ଥିବା କୁହାଯାଉଛି। ହୁଏତ ଗୋଟିଏ ଛୋଟ ବିସ୍ଫୋରଣ ପରେ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

ଅପରାହ୍ନ ପ୍ରାୟ ସାଢ଼େ ଦୁଇଟାରେ ଏହି ବିସ୍ଫୋରଣ ଘଟିଥିଲା ​​ଏବଂ ପରେ ଆଉ ଏକ ଘଣ୍ଟା ପରେ ଛୋଟ ଧରଣର ବିସ୍ଫୋରଣ ହୋଇଥିଲା। ଫେଙ୍ଗ କିମନାଙ୍ଗ କହିଛନ୍ତି ନିକଟସ୍ଥ ଘର ତଥା କାରଖାନାର ଝରକା କାଚ ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦରେ ଭାଙ୍ଗି ଯାଇଛି। ଏହାଠାରୁ ଏକ କିଲୋମିଟର ଦୂରରେ ଥିବା ଘରଗୁଡ଼ିକର ମଧ୍ୟ କ୍ଷତି ଘଟିଛି।

ସମ୍ବନ୍ଧିତ ଖବର