ବିଜେଡିର ବୁଥସ୍ତରୀୟ ପ୍ରଚାର

ମାଲକାନଗିରି: ମାଲକାନଗିରି ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଏମ.ପି.ଭି ୧୦ ଗ୍ରାମ ମା’ ଶୀତଲା ମନ୍ଦିର ପ୍ରାଙ୍ଗଣରେ ବୁଥସ୍ତରୀୟ ନିର୍ବାଚନୀ ସଭା ଆୟୋଜିତ ହୋଇଯାଇଛି।ଉକ୍ତ ସଭାରେ ମାଲକାନଗିରି ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ସଭାପତି ଜ଼ିଲ୍ଲା ବିଜୁ ଜନତା ଦଳ ମାଲକାନଗିରି ମାନସ ମାଡକାମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଦେବା ସହ ତାଂକ ହାତ ମୁଠାକୁ ଟାଣ କରିବା ପାଇଁ ଅନୁରୋଧ କରିଥିଲେ।

ବିଜେଡିର ସାଂସଦ ଓ ବିଧାୟକ ପ୍ରାଥୀଙ୍କୁ ବିକାଶର ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟ ଯୁକ୍ତ କରିବା ନେଇ ଅନୁରୋଧ କରିଥିଲେ। ଏଥିସହ ଗୁମକା ପଞ୍ଚାୟତର ଗୁମକା ସମେତ ଏମପିଭି-୧୧, ଏମଭି-୬୫, ଟାଟିଗୁଡା, ଏମପିଭି-୧୪ ଗ୍ରାମରେ ମଧ୍ୟ ବିଧାୟକ ପ୍ରାର୍ଥୀ ମାନସ ମାଡକାମୀ ପହଞ୍ଚି ଜୋରଦାର ପ୍ରଚାର କରିଥିଲେ। ଏହି ଅବସରରେ ଜ଼ିଲ୍ଲା କାର୍ଯ୍ୟକାରି ସଭାପତି ବିଜୁ ଜନତା ଦଳ ମାଲକାନଗିରି ଦୁର୍ଗା ପ୍ରସାଦ ତ୍ରିପାଠୀ, ଉପାଧ୍ୟକ୍ଷ ଜ଼ିଲ୍ଲା ପରିଷଦ ମାଲକାନଗିରି ପତିତ ପବନ ବୋଇଦ୍ୟ, ସରପଞ୍ଚ ଉଙ୍ଗୀ ମାଡକାମୀଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର