ବାତ୍ୟା ବିପନ୍ନଙ୍କୁ ଭେଟିଲେ ଡମ୍ବରୁ; ଜୋରସୋରରେ ଚାଲିଛି ଡମ୍ବରୁଙ୍କ ପ୍ରଚାର

ମାଲକାନଗିରି: ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଡମ୍ବରୁ ଶିଶାଙ୍କ ମାରାଥନ ପ୍ରଚାର ଆରମ୍ଭ ହୋଇଯାଇଛି। ମତଦାନ ଦିନ ଆଉ ହାତଗଣତି ଦିନ ରହିଥିବା ବେଳେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରଚାର ମଧ୍ୟ ଜୋର ଧରିଛି। ମାଥିଲି ବ୍ଲକ, ଖଇରପୁଟ ବ୍ଲକ, ଚିତ୍ରକୋଣ୍ଡା ବ୍ଲକ ଏବଂ କୋରକୋଣ୍ଡା ବ୍ଲକକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଗଠିତ।

ତେବେ ବିଜେପିକୁ ବିଜେଡି ଓ କଂଗ୍ରେସ ଟକ୍କର ଦେଉଛନ୍ତି। କିନ୍ତୁ ଡିମ୍ବରୁ ଏହି ଦୁଇ ଦଳକୁ ନିଶ୍ଚିତ ଭାବେ ପରାଜୟ କରି ବିଜୟୀ ହେବେ ବୋଲି ଦୃଢକ୍ତି ପ୍ରକାଶ କରିଛନ୍ତି। ବୁଧବାର ସେ ମାଥିଲି ବ୍ଲକର କୁଟନିପାଲୀ ପଞ୍ଚାୟତ ଯାଇ କାଳ ବୈଶାଖୀରେ କ୍ଷୟକ୍ଷତି ହୋଇଥିବା ଘରଗୁଡିକ ବୁଲି ଦେଖିବା ସହ ତୁରନ୍ତ ପ୍ରଶାସନ ନିକଟରେ କ୍ଷତି ପୂରଣ ନେଇ ଦାବି କରିବେ ବୋଲି ଲୋକଙ୍କୁ ଭରସା ଦେଇଥିଲେ। ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିବାର ସେ ଏହି ନିର୍ବାଚନରେ ଲୋକଙ୍କ ସମର୍ଥନ ନିଶ୍ଚିତ ପାଇବେ ବୋଲି ଆଶା କରିଛନ୍ତି।

ମୋଦୀଙ୍କ ଗ୍ୟାରେଣ୍ଟି ସଂପର୍କରେ ସେ ଲୋକଙ୍କୁ ବୁଝାଇ ଏଥର ଡବଲ ଇଞ୍ଜିନ ସରକାର ଆସିବ ବୋଲି କହିଛନ୍ତି।୨୫ ବର୍ଷର ବିଜେଡି ସରକାରଙ୍କର ଏକ୍ସପାଏରି ତାରିଖ ସରିଗଲା। ଏଥର ବିଜେପି ରାଜ୍ୟରେ ଶାସନ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଲୋକଙ୍କର ଆସ୍ଥା ରହିଛି। କେନ୍ଦ୍ର ଓ ରାଜ୍ୟରେ ବିଜେପି ଶାସନ କରି ମାଲକାନଗିରି ଜିଲ୍ଲାର ଉନ୍ନତିରେ ଏକ ବଡ ପରିବର୍ତ୍ତନ ଆଣିବ ବୋଲି ଡମ୍ବରୁ ଲୋକଙ୍କୁ ବୁଝାଇଥିଲେ।

ସମ୍ବନ୍ଧିତ ଖବର