ଶୀଲା ଫୋମ୍‌ କାରବାରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି

ଭୁବନେଶ୍ବର: ସ୍ଲିପ୍‌ୱେଲ୍ ନାମରେ ମାଟ୍ରେସ୍‌ ଓ ଫୋମ୍ ନିର୍ମାଣ କରୁଥିବା ଶୀଲା ଫୋମ୍ ଲିମିଟେଡ୍ ଦୁଇ ଅଙ୍କ (୧୧%) ବିଶିଷ୍ଟ ବ୍ୟାବସାୟିକ ଅଭିବୃଦ୍ଧି ହାସଲ କରିଛି। ବିଭିନ୍ନ କାରଣ ଯୋଗୁ ମାଟ୍ରେସ୍‌ ଶିଳ୍ପ ମାତ୍ର ୬% ହାରରେ ଆଗକୁ ବଢ଼ିଥିବା ବେଳେ ଏହା ଠାରୁ ଯଥେଷ୍ଟ ଅଧିକ ବେଗରେ ଶୀଲା ଫୋମ୍ ଅଭିବୃଦ୍ଧି ହାସଲ କରିଛି। ମାଟ୍ରେସ୍‌ କାରବାରରେ କଂପାନି ୧୦%ରୁ ଅଧିକ ବୃଦ୍ଧି ହାସଲ କରିଛି। ଗ୍ରାହକମାନଙ୍କୁ କଂପାନି ଆରାମଦାୟକ ମାଟ୍ରେସ୍‌ ବିକ୍ରି କରିବା ଉପରେ ଗୁରୁତ୍ବାରୋପ କରୁଛି। ଦେଶରେ ଥିବା ୬୮୦୦ରୁ ଅଧିକ ଆଉଟ୍‌ଲେଟ୍‌ ଜରିଆରେ ଉତ୍ପାଦଗୁଡ଼ିକୁ ବିକ୍ରି କରାଯାଉଛି। ସେଥି ମଧ୍ୟରେ କଂପାନିର ୩୮୦୦ଟି ବ୍ରାଣ୍ଡ୍‌ ଆଉଟ୍‌ଲେଟ୍‌ ରହିଛି। ନିକଟରେ କଂପାନି ପକ୍ଷରୁ ବେଡ୍‌ ସିଟ୍, କମ୍ବଳ ଓ ତକିଆ ଭଳି ଉତ୍ପାଦ ବିକ୍ରି ଆରମ୍ଭ କରାଯାଇଛି। କମ୍ଫର୍ଟ ଫୋମ୍ ଓ ବି୨ବି ବ୍ୟବସାୟରେ କଂପାନି ୮% ଅଭିବୃଦ୍ଧି ହାସଲ କରିଛି। ଚଳିତ ଆର୍ଥିକ ବର୍ଷର ଚତୁର୍ଥ ତୟମାସରେ ଶୀଲା ଫୋନ୍‌ ଉନ୍ନତ ମାର୍ଜିନ୍ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର