ମୁସ୍‌ଲିମ୍‌ଙ୍କୁ ବିବାହ କରିଥିବାରୁ ସେ ହିନ୍ଦୁ ନୁହନ୍ତି,ଏଭଳି କହି ହିନ୍ଦୁ ରୀତିନୀତି ଅନୁସାରେ ମହିଳାଙ୍କ ଶ୍ରାଦ୍ଧ କରିବା ପାଇଁ ମନା କଲା ମନ୍ଦିର ପ୍ରଶାସନ

ନୂଆଦିଲ୍ଲୀ: ଦେଶ ଆଜି ବିଭିନ୍ନ କ୍ଷେତ୍ରରେ ଆଗକୁ ବଢ଼ୁଥିଲେ ମଧ୍ୟ ଜାତିଭେଦ ଓ ଧର୍ମୋଭଦକୁ ନେଇ ସଂକୀର୍ଣ୍ଣ ମନୋଭାବ ରହିଛି । ଏହି ସବୁ ସମସ୍ୟା ମଧ୍ୟରେ କୋଲକାତାର ଏକ ପରିବାର ହିନ୍ଦୁ ଓ ମୁସ୍‌ଲିମ୍‌ଙ୍କ ମଧ୍ୟରେ ଥିବା ଏହି ଦୂରତାକୁ କମ କରିବା ପାଇଁ ଚେଷ୍ଟା କରିଛି । ମାତ୍ର ସଫଳ ହୋଇ ପାରିନାହିଁ।

ସୂଚନା ମୁତାବକ,କୋଲକାତାର ଜଣେ ହିନ୍ଦୁ ମହିଳା ମୁସ୍‌ଲିମ୍‌ ଯୁବକଙ୍କୁ ବିବାହ କରିଥିଲେ । କୋଲକାତା ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ହେବା ସହ ସେମାନେ ବିବାହ କରିଥିଲେ । ବିବାହ ପରେ ମଧ୍ୟ ଦୁହେଁ ଦୁହିଁଙ୍କ ଧର୍ମକୁ ଛାଡ଼ି ନ ଥିଲେ । ସବୁ କିଛି ଠିକ୍‌ ଚାଲୁଥିବା ବେଳେ ନିବେଦିତାଙ୍କ ଶରୀରର ଅଙ୍ଗ ହଠାତ୍‌ ଅଚଳ ହୋଇଯିବାରୁ ଡ଼ାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ନିବେଦିତାଙ୍କ ମୃତ୍ୟୁ ପରେ ଦିଲ୍ଲୀର ନିଗମ ବୋଧ୍‌ ଘାଟ୍‌ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । କିନ୍ତୁ ଅନ୍ତିମ ସଂସ୍କାର ପରେ ମନ୍ଦିର ପ୍ରଶାସନ ଅନୁମତି ନ ଦେବାରୁ ତାଙ୍କର ଶ୍ରାଦ୍ଧ ହୋଇ ପାରି ନଥିଲା ।

navodayatimes.in

ନିବେଦିତାଙ୍କ ସ୍ୱାମୀ ଇମ୍‌ତିଆଜ୍‌ ରହମାନଙ୍କ କହିବା ଅନୁଯାୟୀ ଅଗଷ୍ଟ ୬ରେ ଚିତ୍ତରଞ୍ଜନ ପାର୍କରେ ଥିବା କାଳୀ ମନ୍ଦିରରେ ଅଗଷ୍ଟ ୧୨ରେ ଶ୍ରାଦ୍ଧ କରିବା ପାଇଁ ସେ ୧୩୦୦ଟଙ୍କା ଦେଇ ସମୟ ନେଇଥିଲେ । କିନ୍ତୁ କିଛି ସମୟ ପରେ ମନ୍ଦିର ପ୍ରଶାସନ ତରଫରୁ ତାଙ୍କୁ ଫୋନ ଆସିଥିଲା । ସେମାନେ ମୋ ତାଙ୍କ ନାମ ଜାଣିବା ପରେ ଏହି ଶ୍ରାଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ । ଏହା ଜାଣି ଇମ୍‌ତିଆଜ୍‌ କାରଣ ପଚାରିବା ପରେ ହିନ୍ଦୁ ଧର୍ମ ଅନୁଯାୟୀ କାଳୀ ମନ୍ଦିରରେ ମୁସ୍‌ଲିମ୍‌ ମହିଳାଙ୍କ ଶ୍ରାଦ୍ଧ ହୋଇ ପାରିବ ନାହିଁ । ମହିଳା ହିନ୍ଦୁ ହେଲେ ମଧ୍ୟ ସେ ଯେହେତୁ ମୁସ୍‌ଲିମ୍‌ଙ୍କୁ ବିବାହ କରିଛନ୍ତି ତାଙ୍କର ଶ୍ରାଦ୍ଧ ଏଠାରେ ହୋଇ ପାରିବ ନାହିଁ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା । କିନ୍ତୁ ନିବେଦିତା ବିବାହ ପରେ ମଧ୍ୟ ହିନ୍ଦୁ ଧର୍ମର ପାଳନ କରୁଥିଲେ ବୋଲି କହିବା ପରେ ମଧ୍ୟ ମନ୍ଦିର ପ୍ରଶାସନ ରାଜି ହୋଇ ନଥିଲା । ଯାହା ପାଇଁ ଏପର୍ଯ୍ୟନ୍ତ ନିବେଦିତାଙ୍କ ଶ୍ରାଦ୍ଧ ହୋଇ ପାରି ନାହିଁ ।

ସମ୍ବନ୍ଧିତ ଖବର