ଟିକେଟ ବଣ୍ଟନ ନେଇ ଅସନ୍ତୋଷ : ଦଳ ଛାଡ଼ିଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା

ଭୁବନେଶ୍ବର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ଇସ୍ତଫା ଦେଇଛନ୍ତି । ବାରମ୍ବାର ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରୁଥିଲେ ସୁମିତ୍ରା । ଶେଷରେ ତାଙ୍କୁ ମଧ୍ୟ ଟିକେଟ୍ ତାଲିକାରୁ ବାଦ୍ ଦେବାରୁ ଶେଷରେ କଂଗ୍ରେସ ଛାଡ଼ିଛନ୍ତି ସୁମିତ୍ରା ।

ଏପରିକି ମହିଳାଙ୍କୁ ପ୍ରାଧାନ୍ୟ ଦେଇ ଟିକେଟ୍ ଦେବାକୁ ଅନଶନ କରିଥିଲେ ସୁମ୍ରିତା । ହେଲେ ଏହାର କିଛି ସୁଫଳ ମିଳିଲା ନାହିଁ ବୋଲି ସୁମିତ୍ରା କହିଛନ୍ତି । ଯେଉଁଠି ମୁଁ ମହିଳାଙ୍କୁ ସୁରକ୍ଷା ଦେଇ ପାରୁନାହିଁ ସେଠି ରହିବା ମୋ ପାଇଁ କଷ୍ଟକର ବୋଲି କ୍ଷୋଭ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁମିତ୍ରା । ପୂର୍ବରୁ ପ୍ରଦେଶ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିଲେ ସୁମିତ୍ରା ।  ସୁମିତ୍ରାଙ୍କ କହିବା ମୁତାବକ, ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ମତେ ନିରାଶ କରିଛି । କାରଣ ୫୨ ଜଣ ମହିଳା ପ୍ରାର୍ଥୀଙ୍କ ନାଁ ମୁଁ ଦେଇଥିଲି । କିନ୍ତୁ ସେଥିରୁ ହାତଗଣତି କିଛି ମହିଳାଙ୍କୁ ଟିକେଟ୍ ମିଳିଛି ।

ଉପଯୁକ୍ତ ପରିମାଣରେ ମହିଳାଙ୍କୁ ଟିକେଟ୍ ନମିଳେ ତେବେ ଏହାର ପ୍ରତିବାଦ କରିବୁ ବୋଲି ପୂର୍ବରୁ ବାରମ୍ବାର ଚେତାବନୀ ଦେଇଆସୁଥିଲେ ସୁମିତ୍ରା । ହେଲେ ୪ଟି ପର୍ଯ୍ୟାୟ ପାଇଁ କଂଗ୍ରେସ ତାଲିକା ପୂର୍ଣ୍ଣାଙ୍ଗ ଘୋଷଣା ପରେ ଭଦ୍ରକ ବିଧାନସଭା ଆସନରୁ ଲଢିବାକୁ ଦାବି କରୁଥିଲେ ମଧ୍ୟ ତାଙ୍କୁ ଟିକେଟ୍ ମିଳିଲା ନାହିଁ । ତେଣୁ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଲେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର