ରାଜକୋଟ : ଗୁଜରାଟର ରାଜକୋଟ ଜିଲ୍ଲା ଅନ୍ତର୍ଗତ ପଦହରି ତାଲୁକରୁ ୩୧ କେଜି ହେରୋଇନ୍ ଜବତ ହୋଇଛି। ଏହାର ମୂଲ୍ୟ ୨୧୫ କୋଟି ଟଙ୍କା ହେବ। ଏହି ମାମଲାରେ ନାଇଜେରିଆର ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ରାଜ୍ୟକୁ ସମୁଦ୍ର ପଥରେ ହେରୋଇନ ଚୋରା ଚାଲାଣ କରୁଥିବା ସନ୍ଦେହରେ ଗୁଜରାଟର ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍ (ଏଟିଏସ୍) ନାଇରେିଆର ସଂପୃକ୍ତ ବ୍ୟକ୍ତିକୁ ଗତ କିଛିଦିନ ହେଲା ଅଟକ ରଖିଥିଲା। ପଚରାଉଚରା ସମୟରେ ବ୍ୟକ୍ତିଜଣକ ପଦହରି ତାଲୁକାରେ ହେରୋଇନ ରଖିଥିବା ମାନିଥିଲା। ଯାଞ୍ଚ ପରେ ହେରୋଇନ ମିଳିଥିଲା ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି। ୧୧ ତାରିଖରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରାଯିବା ସହିତ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଜେରା ପାଇଁ ରିମାଣ୍ଡରେ ନିଆଯାଇଛି।