ଏଭଳି ଭାବେ ହସୁଥିବା ବ୍ୟକ୍ତି ଆପଣଙ୍କ ପାଖରେ ନାହାନ୍ତି ତ!

ଚେହେରାର ଆକୃତି ଭଳି  ସମସ୍ତଙ୍କର ହସ ମଧ୍ୟ ଭିନ୍ନ ରହିଥାଏ । ଡ଼ାକ୍ତରଙ୍କ ଅନୁଯାୟୀ ଅଧିକ ହସିବା ଦ୍ୱାରା ଶରୀରର ଅନେକ ରୋଗ ଦୂର ହେବା ସହ ମଣିଷ ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି । ତେବେ କିଛି ଲୋକ ବଡ଼ପାଟିରେ ହସୁଥିବା ବେଳେ କିଛି ମୁରୁକି ହସିଥାନ୍ତି । ତେବେ ଆସନ୍ତୁ ଜାଣିବା କିପରି ଜଣଙ୍କ ହସରୁ  ଜାଣିବେ ତାଙ୍କର ସ୍ୱଭାବ ।

Pixabay

କିଛି ବ୍ୟକ୍ତି ମନ ଖୋଲି ବଡ଼ ପାଟିରେ ହସିବାକୁ ଭଲ ପାଆନ୍ତି । ଏହି ଧରଣର ବ୍ୟକ୍ତି ସହନଶୀଳ ହେବା ସହ ଦୟାଳୁ ମଧ୍ୟ ହୋଇଥାନ୍ତି । ଏହି ବର୍ଗର ବ୍ୟକ୍ତି ସବୁବେଳେ ସମସ୍ତଙ୍କର ମଙ୍ଗଳ କାମନା କରିଥାନ୍ତି । ଏଭଳି ବ୍ୟକ୍ତିମାନଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ  ସେମାନେ ଭଲ ପ୍ରେମିକ ଏବଂ ପ୍ରେମିକା ମଧ୍ୟ ହୋଇଥାନ୍ତି ।

ଶବ୍ଦ କରି ଜୋରରେ ହସୁଥିବା ବ୍ୟକ୍ତି ଜୀବନରେ ସବୁ  କ୍ଷେତ୍ରରେ ସଫଳତା ହାସଲ କରିଥାନ୍ତି ।  ବୋଧହୁଏ ଏଥିପାଇଁ ଏହି ବର୍ଗର ବ୍ୟକ୍ତି ଅହଙ୍କାରୀ ଏବଂ ଅଧିକ କ୍ରୋଧୀ ହୋଇଥାନ୍ତି ।

ruchakrishnan

ବହୁତ ଭାବିଚିନ୍ତି ଏବଂ ରହିରହି ହସୁଥିବା ବ୍ୟକ୍ତି ମାନସିକ ସ୍ତରରେ ଦୁର୍ବଳ ହୋଇଥାନ୍ତି । ଏହି ବର୍ଗର ବ୍ୟକ୍ତି ଜୀବନରେ ଅନେକ ବିଫଳତାର ସମ୍ମୁଖୀନ ହୋଇଥାନ୍ତି ।

ବିନା କୌଣସି ଶବ୍ଦ ଏବଂ ମୁରୁକି ହସିଥିବା ବ୍ୟକ୍ତି ଧୈର୍ଯ୍ୟଶୀଳ , ଶାନ୍ତିପ୍ରିୟ ଏବଂ ବିଶ୍ୱାସୀ ହୋଇଥାନ୍ତି । ଏମାନେ ଅତ୍ୟଧିକ  ବୁଦ୍ଧିମାନ ହେବା ସହ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପସନ୍ଦ କରନ୍ତି ।

YouTube

କିଛି ଜଣଙ୍କର ହସ ଘୋଡ଼ା ସ୍ୱର ଭଳି ହୋଇଥାଏ   । ଏଭଳି ବ୍ୟକ୍ତି କପଟୀ ହେବା ସହ ଅନ୍ୟମାନଙ୍କର ଲାଭ ଉଠାଇଥାନ୍ତି । ଏହି ବର୍ଗର ବ୍ୟକ୍ତି ବିଶ୍ୱାସ ଘାତକତାରେ ମାହିର ଥାଆନ୍ତି ।

ସମ୍ବନ୍ଧିତ ଖବର