ଭିମସାରରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ: ବ୍ୟାପକ ପୁଲିସ ମୁତୟନ
ସମ୍ବଲପୁର: ବୁର୍ଲା ଭିମସାରରେ ପିଜି ଡାକ୍ତର ଓ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବାର ଖବର ମିଳିଛି। ଏଥିରେ ଉଭୟ ପକ୍ଷରୁ ଜଣେ ଲେଖାଏଁ ଆହତ ହୋଇଛନ୍ତି। ତେବେ ଘଟଣା ପରେ ବୁର୍ଲା ମେଡିକାଲରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ ବିଳମ୍ବିତ ରାତ୍ରିରେ କୌଣସି କଥାକୁ ନେଇ ଜଣେ ପିଜି ଡାକ୍ତର ଓ ଜଣେ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାଫଳରେ ଜଣେ ସୁରକ୍ଷା କର୍ମୀ ଆହତ ହେବା ସହ ଜଣେ ପିଜି ଡାକ୍ତର ବି ଆହତ ହୋଇଛନ୍ତି। ଘଟଣା ପରେ କିଛି ସମୟ ଧରି ମେଡିକାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।