ଥମାସ ଆଲଭା ଏଡିସନ୍ଙ୍କ ଜୀବନରୁ କଥାଟିଏ।
ଏଡିସନ୍ କୌଣସି ଏକ ଉଦ୍ଭାବନର ପ୍ରଚେଷ୍ଟାରେ ଥାଆନ୍ତି। ସେଥିଲାଗି ସେ ବାରମ୍ବାର ଉଦ୍ୟମ କରି ବିଫଳ ହେଉଥାଆନ୍ତି ଏବ˚ ପ୍ରତି ଥରର ବିଫଳତାକୁ ଗଣି କେତେ ଥର ବିଫଳ ହେଲେଣି ତାହା ଲେଖି ରଖୁଥାଆନ୍ତି।
ଏଇ ସମୟରେ ତାଙ୍କର ଜଣେ ବନ୍ଧୁ ତାଙ୍କୁ ଦେଖିବାକୁ ଆସିଲେ। ଏଡିସନ୍ ତାଙ୍କ ପରୀକ୍ଷାଗାରରେ କାର୍ଯ୍ୟରେ ଲାଗିଥାଆନ୍ତି। ବନ୍ଧୁ ପଚାରିଲେ- କାଗଜରେ ଏ ଯେଉଁ ୭୦୦ ବୋଲି ଲେଖା ଯାଇଛି ତାହା କ’ଣ?
ଏଡିସନ୍ କହିଲେ- ଏହାର ମର୍ମ ହେଲା ମୁଁ ଗୋଟିଏ ଉଦ୍ଭାବନ କରିବାର ଚେଷ୍ଟାରେ ସାତ ଶହ ଥର ବିଫଳ ହୋଇ ସାରିଲିଣି।
ବନ୍ଧୁ ସତେ ଯେମିତି ଆକାଶରୁ ଖସି ପଡ଼ିଲେ। ସେ କହିଲେ- ସାତ ଶହ ଥର ବିଫଳ ହେବା ପରେ ବି କ’ଣ ସେଇ କାମରେ ଲାଗି ରହିଛ?
ଏଡିସନ୍ କହିଲେ- ସାତ ଶହ ଥର ବିଫଳ ହେବା ପରେ ଆଉ ସେ କାମକୁ ଛାଡ଼ି ଦେବାର କ’ଣ ବାଟ ଅଛି?
ବନ୍ଧୁ କହିଲେ- ତୁମେ ଓଲଟା କଥା କହୁଛ। ଅନ୍ୟ କେହି ହୋଇଥିଲେ ହତାଶାରେ ଏ କାମକୁ ଛାଡ଼ି ଦିଅନ୍ତାଣି।
ଏଡିସନ୍ କହିଲେ- କିନ୍ତୁ ମୋ ବିଚାରଟି ଏଇଭଳି। ଠିକ୍ ବାଟଟି ପାଇବା ଲାଗି ସାତ ଶହଟି ଦରଜାରେ କରାଘାତ କରି ଜାଣି ସାରଲିଣି ଯେ ସେସବୁ ପ୍ରକୃତରେ ବନ୍ଦ ଅଛି। ତେଣୁ ମୁଁ ଭାବୁଛି ଖୋଲା ଦରଜା ପାଖରେ ପହଞ୍ଚିବା ଲାଗି ଯେତିକି ବନ୍ଦ ଦରଜା ରହିଛି ସେଥିରୁ ଅନ୍ତତଃ ସାତ ଶହଟି କମି ଗଲେଣି। ତେଣୁ ମନରେ ଆଶା ଅଧିକରୁ ଅଧିକ ଦୃଢ଼ ହେଉଛି ଯେ ଶୀଘ୍ର ବାଟ ପାଇଯିବି।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର