ମୋହାଲି: କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ ଡେୟାରଡେଭିଲସ୍ ମଧ୍ୟରେ ପ୍ରଥମ ମୁକାବିଲା ପଞ୍ଜାବ କ୍ରିିକେଟ ଆସୋସିଏସନ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଖେଳ ଜାରି ରହିଛି। ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଛି। ଫଳରେ ପଞ୍ଜାବକୁ ରନ୍ ବିଜୟ ଲକ୍ଷ୍ୟ ମିଳିଛି। ଅଧିିନାୟକ ଗୌତମ ଗମ୍ଭୀର ୫୫ ରନ ଓ ଋଷଭ ପନ୍ଥ ୨୮ ରନ ସଂଗ୍ରହ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀର ପ୍ରଥମ ଓ୍ଵିକେଟ୍ ମାତ୍ର ୧୨ ରନ୍ରେ ପଡ଼ିଥିଲା। ୫୪ ରନ୍ରେ ୨ୟ ଓ୍ଵିକେଟ୍, ୭୭ ରନ୍ରେ ୩ୟ ଓ୍ଵିକେଟ୍, ୧୧୧ ରନ୍ରେ ୪ର୍ଥ ଓ୍ଵିକେଟ୍, ୧୨୩ ରନ୍ରେ ୫ମ ଓ୍ଵିକେଟ୍, ୧୨୫ ରନ୍ରେ ୬ଷ୍ଠ ଓ୍ଵିକେଟ୍ ଓ ୧୬୬ ରନ୍ରେ ୭ମ ଓ୍ଵିକେଟ୍ ପଡ଼ିଥିଲା। ପଞ୍ଜାବ ପକ୍ଷରୁ ମୋହିତ ଶର୍ମା ଓ ମୁଜିବ ଉର୍ ରହମାନ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।