ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଶ୍ରୀଲଙ୍କାର ଗାଲେ ଠାରେ ଗତ ବର୍ଷ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ସମୟରେ ପିଚ୍କୁ କ୍ଷତବିକ୍ଷତ କରାଯାଇଥିଲା। ଏକ ଷ୍ଟିଙ୍ଗ ଅପରେସନ କରି କତାରର ଏକ ଟିଭି ଚାନେଲ୍ ଏହା ଦାବି କରିଛି। ଏହି ଘଟଣା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଆଇସିସି ପକ୍ଷରୁ ଶନିବାର ଯାଞ୍ଚ ଆରମ୍ଭ ହୋଇ ଯାଇଛି। ଅଲ ଜାଜିରା ଟିଭି ନେଟଓ୍ଵର୍କର ଦାବି ଅନୁସାରେ ମୁମ୍ବାଇର ଜଣେ ପୂର୍ବତନ ପ୍ରଥମ ଶ୍ରେଣୀ କ୍ରିକେଟର ରବିନ ମୋରିସ ସ୍ୱୀକାର କରିଛନ୍ତି ଯେ, ଗତ ବର୍ଷ ପିଚ୍ କ୍ଷତବିକ୍ଷତ କରିବାକୁ ଗାଲେରେ ଜଣେ ପଡ଼ିଆର କର୍ମଚାରୀଙ୍କୁ ଲାଞ୍ଚ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଷ୍ଟିଙ୍ଗ ଅପରେସନ୍ ଆଗାମୀ ମେ’ ମାସ ୨୭ ତାରିଖରେ ପ୍ରସାରିତ ହୋଇପାରେ କିନ୍ତୁ ଏହାର କିଛି ଅଂଶ କତାରସ୍ଥିତ ଟିଭି ଚାନେଲ୍ନ ଅନଲାଇନ୍ ପୋଷ୍ଟ କରିଛି। ଆଇସିସିର ପରିଚାଳକ(ଦୁର୍ନୀତି ନିରୋଧ ଶାଖା) ଏଲେକ୍ସ ମାର୍ଶଲ ଏକ ବୟାନରେ କହିଛନ୍ତି, ଆମକୁ ଏପର୍ଯ୍ୟନ୍ତ ମିିଳିଥିବା କିଛି ତଥ୍ୟ ଅନୁସାରେ ଯାଞ୍ଚ ଆରମ୍ଭ କରିଦେଇଛୁ। ସେ କହିଛନ୍ତି, ଆମେ ଅନୁରୋଧ କରିଛୁ ଯେ, କ୍ରିକେଟରେ ଦୁର୍ନୀତି ସମ୍ପର୍କୀତ ସମସ୍ତ ପ୍ରମାଣ ଓ ଆବଶ୍ୟକ ସାମଗ୍ରୀ ଦିଆଯାଉ। ଏହାଦ୍ୱାରା ଯାଞ୍ଚ କରିବାରେ ସୁବିଧା ହେବ। ଗାଲେରେ ଗତ ବର୍ଷ ଜୁଲାଇ ୨୬ରୁ ୨୯ ପର୍ଯ୍ୟନ୍ତ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କ୍ରିକେଟ ମ୍ୟାଚ୍ ଖେଳାଯାଇଥିଲା।
ଚେନାଲ ନିଜର େଓ୍ଵବ୍ସାଇଟ୍ରେ ଦାବି କରିଛି ଯେ, ଗାଲେ ଷ୍ଟାଡିୟମ ଉପରେ ସହାୟକ ପରିଚାଳକ, ପଡ଼ିଆ କର୍ମଚାରୀ ଥରଙ୍ଗା ଇଣ୍ଡିକା କହିଥିଲେ, ବୋଲିଂ ଅଥବା ବେଟିଂ ଯୋଗ୍ୟ ପିଚ୍ ହୋଇପାରିବ। ଯଦି ଆପଣଙ୍କୁ ସ୍ପିନ୍ ବୋଲିଂ ଅଥବା ଦ୍ରୁତ ବୋଲିଂ ଅଥବା ବେଟିଂ ଯୋଗ୍ୟ ପିଚ ଦରକାର ଅଛି, ଏହା ହୋଇପାରିବ।