ମଇ ମାସରେ ହିରୋ ମୋଟୋକର୍ପର  ବିକ୍ରି ୭୦୬,୩୬୫  ୟୁନିଟ୍‌ ଛୁଇଁଲା

ନୂଆଦିଲ୍ଲୀ : ବିଶ୍ୱର ବୃହତ୍‌ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋ କର୍ପ ଲିଃ. ୨୦୧୮-୧୯ ଆର୍ଥିକ ବର୍ଷର ମଇ ମାସରେ ବିକ୍ରିରେ ଗତ ବର୍ଷ ତୁଳନାରେ ୧୧ ପ୍ରତିଶତ ଅଭିବୃଦ୍ଧି ହାସଲ ସହିତ ୭୦୬୩୬୫ ୟୁନିଟ୍‌ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି। ମଇ ମାସରେ କମ୍ପାନୀ ଗୋଟିଏ ମାସରେ ୭ ଲକ୍ଷ ୟୁନିଟ୍‌ରୁ ଅଧିକ ଯାନ ବିକ୍ରି କରିବାକୁ ସକ୍ଷମ ହୋଇଛି । ଗତ୨୦୧୭ ଆର୍ଥିକ ବର୍ଷରେ ଏହି ସମୟରେ କମ୍ପାନୀ ମୋଟ ୬୩୩୮୮୪ ୟୁନିଟ୍‌ ଯାନ ବିକ୍ରି କରିଥିଲା ।  ତୃତୀୟ ଥର ପାଇଁ  ମଇ ମାସରେ କମ୍ପାନୀର ବିକ୍ରି ୭ଲକ୍ଷ ୟୁନିଟ୍‌ ଟପିଛି। ପୂର୍ବରୁ ୨୦୧୮ ମାର୍ଚ୍ଚରେ କମ୍ପାନୀର ବିକ୍ରି ୭୩୦୪୭୩  ୟୁନିଟ୍‌ ଥିବାବେଳେ ୨୦୧୭ସେପ୍ଟେମ୍ବରରେ ୭୨୦୭୩୯ୟୁନିଟ୍‌ ଥିଲା। ଏହି ସମୟ ମଧ୍ୟରେ ହିରୋ ମୋଟୋକର୍ପ ଏହାର ପ୍ରିମିୟମ୍‌ ସେଗମେଣ୍ଟ ଏକ୍ସଟ୍ରିମ୍‌-୨୦୦-ଆର୍‌ରେ ନୂଆ ଅଫର ପ୍ରଦାନ କରୁଛି । ଏହି ମୋଟର ସାଇକେଲ ଚଳିତ ୍ରଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟମାସରେ ବଜାର ପ୍ରବେଶ କରିଥିଲା। ଚଳିତ ବର୍ଷ ମୌସୁମୀ ସାଧାରଣ ହେବ ବୋଲି ଅନୁମାନ କରାଯାଉଛି। କମ୍ପାନୀ କେତେକ ନୂଆ ଉତ୍ପାଦ ଆଣିବାର ଯୋଜନା ରଖିଛି । ଆସନ୍ତା ମାସ ଗୁଡ଼ିକରେ ହିରୋମୋଟୋ କର୍ପ ଏହାର ଅଭିବୃଦ୍ଧି ହାର ଜାରି ରଖିବା ପାଇଁ ଆଶାବାଦୀ। ସେହିପରି ନୂତନ ଉତ୍ପଦା ମଧ୍ୟରେ ସ୍କୁଟର ତଥା ମୋଟର ସାଇକେଲ ଆଣିବାର ଯୋଜନା ରଖିଛି।

ସମ୍ବନ୍ଧିତ ଖବର