ମ.ରାମପୁର,: ଶୁକ୍ରବାର ମ. ରାମପୁର ବ୍ଲକ୍ର ଆଦିମ ଆଦିବାସୀ ସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବହୁ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଏ ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଉତ୍ୟକ୍ତ ଆଦିବାସୀମାନେ ମ. ରାମପୁର ଥାନା ଘେରାଉ କରିବା ସହ ନିକଟ ଅତୀତରେ ସୁରୁଜୁଲି(କର୍ଲାମୁଣ୍ଡା)ରେ ଆଦିବାସୀ ଝିଅ ପ୍ରତି ହେଇଥିବା ଅତ୍ୟାଚାର ବିରୋଧରେ ଆଦିବାସୀଙ୍କ ଶୋଭାଯାତ୍ରା ପରେ ୧୧ ଜଣଙ୍କ ନାମରେ ଥାନାରେ ମାମଲା ହେବା ସହ ଆଦିବାସୀ ନେତା ପ୍ରକାଶ ମାଝୀଙ୍କୁ ଗିରଫ କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ଜବାବ ମାଗିଥିଲେ ଆଦିବାସୀ ସଂଘ। ବିନା କାରଣରେ ଆଦିବାସୀଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବନ୍ଦ ନ ହେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାର ସମସ୍ତ ଥାନା ଘେରାଉ କରାଯିବ ବୋଲି ଜିଲ୍ଲା ସଭାପତି ପ୍ରକାଶ ମାଝୀ ଚେତାବନୀ ଦେଇଥିଲେ। ଏ ଅବସରରେ କହ୍ନେଇ ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଧନସିଂ ମାଝୀ ପରିଚାଳନା କରିଥିଲେ। ଏଥିଣେ କିଶୋର ମାଝୀ ମୁଖ୍ୟ ଅତିଥି, ଚିନ୍ତାମଣି ଭୋଇ, ପ୍ରକାଶ ମାଝୀ, ଗୋବର୍ଦ୍ଧନ ଭୋଇ, ପଦ୍ମନ ପାତ୍ର, ସୁନ୍ଦର ବରିଆ, ପଦମ ସିଂ ମାଝୀ, ଲୋଚନ ଧରୁଆ, ଅନ୍ତରାମ ମାଝୀ, ଦ୍ରୋଣାଚାଯ୍ୟର୍ ମାଝୀ, ଡକ୍ଟର ମାଝୀ, ଶ୍ରୀପତି ଭୋଇ, ଜଳଧର ପାତ୍ର, ଦିଗାମ୍ବର ପାତ୍ର, ଚକ୍ରଧର ଧରୁଆ, ସାରୁଙ୍ଗା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କାନ୍ତି ପାତ୍ର, ପବିତ୍ର ଭୋଇ, ରମେଶ ମାଝୀ, ଜଏନ ଶବର, ଯୁଧେଷ୍ଟି ପାଟମାଝୀ, ଧ୍ରୁବ ଚରଣ ଭୋଇ, ଗଣ୍ଡରାମ ପାତ୍ର, ଶ୍ରୀପତି ଭୋଇ ପ୍ରମୁଖ ସହଯୋଗ କରିଥିଲେ।