ଏହି ନାୟିକାଙ୍କ ଯୋଗୁଁ ଡିପ୍ରେସନ୍କୁ ଚାଲିଯାଇଥିଲେ କ୍ରିକେଟର ଧୋନି ,ତାପରେ ବାନ୍ଧିଥିଲେ ଆଉ ଜଣେ ନାୟିକାଙ୍କ ସହ ସଂପର୍କ
ମୁମ୍ବାଇ: ଲୋକପ୍ରିୟ କ୍ରିକେଟର ଏମ୍.ଏସ୍.ଧୋନି ଏକଦା ଜଣେ ଜଣାଶୁଣା ବଲିଉଡ ନାୟିକାଙ୍କ ପ୍ରେମରେ ପଡ଼ିଥିଲେ ଏହିର ଲୋକପ୍ରିୟ ନାୟିକା ଜଣକ ହେଲେ ଦୀପିକା ପାଦୁକୋନ୍ । ଉଭୟେ ୨୦୦୭ରେ ପ୍ରେମସଂପର୍କରେ ଥିଲେ ବୋଲି କୁହାଯାଏ। ଏକ ଟେ୍ଵଣ୍ଟି-୨୦ ମ୍ୟାଚ୍ ରେ ଧୋନି ଦୀପିକାଙ୍କୁ ନିମନ୍ତ୍ରଣ କରିଥିଲେ।ଦୀପିକା ବି ସେହି ନିମନ୍ତ୍ରଣ ରକ୍ଷା କରି ଅଷ୍ଟ୍ରେଲିଆ ଯାଇଥିଲେ । ସେଠାରେ ଥିବା ବେଳେ ଏ ଦୁହଁଙ୍କ ସଂପର୍କ ପ୍ରଚାରିତ ହୋଇଥିଲା। ସେହି ସମୟରେ ଧୋନି ଦୀପିକାଙ୍କୁ ପ୍ରପୋଜ୍ କରିଥିଲେ। ହେଲେ ତାହାକୁ ସ୍ୱୀକାର କରି ନ ଥିଲେ ଦୀପିକା ,କାରଣ ସେତେବେଳେ ନିଜର କ୍ୟାରିଅର ଆରମ୍ଭ କରୁଥିଲେ ଦୀପିକା।
Sambad is now on WhatsApp
Join and get latest news updates delivered to you via WhatsApp
ଧୋନିଙ୍କୁ ଛାଡିବାପରେ କ୍ରିକେଟର୍ ଯୁବରାଜ ସିଂହଙ୍କ ସହିତ ଦୀପିକା ପାଦୁକୋନ୍ ପ୍ରାୟ ଦୁଇ ବର୍ଷ ପ୍ରେମ ସଂପର୍କରେ ଥିଲେ ବୋଲି ଶୁଣିବାକୁ ମିଳେ। କିନ୍ତୁ ଉଭୟେ ନିଜ ନିଜର କ୍ୟାରିଅର୍କୁ ଅଗ୍ରାଧିକାର ଦେବା କାରଣରୁ ସେମାନଙ୍କର ବ୍ରେକ୍ଅପ୍ ହୋଇଥିଲା। ଆହୁରି ମଧ୍ୟ କୁହାଯାଏ କି ଯୁବରାଜଙ୍କ ସହିତ ଦୀପିକା ପ୍ରେମ ସଂପର୍କ ରଖିବା ଯୋଗୁଁ ଏମ୍.ଏସ୍.ଧୋନି ଡିପ୍ରେସନ୍କୁ ଚାଲିଯାଇଥିଲେ। ଏହାପରେ ଧୋନି ବାଧ୍ୟ ହୋଇ ଏବେକାର ବଲିଉଡ ନାୟିକା ଦିଶା ପଟାନିଙ୍କ ସହ ସଂପର୍କ ଯୋଡିଥିଲେ।