ରେଭାନ୍ନାଙ୍କ ଯୌନ ନିର୍ଯ୍ୟାତନା ପୀଡ଼ିତାମାନଙ୍କୁ ସମସ୍ତ ସମ୍ଭବ ସହାୟତା ଦିଅନ୍ତୁ…’ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଚିଠି ଲେଖି ଜନତା ଦଳ ସେକ୍ୟୁଲାର (ଜେଏସଡି) ନେତା ପ୍ରଜ୍ୱଲ ରେଭାନ୍ନାଙ୍କ ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦେବାକୁ କହିଛନ୍ତି। ସିଦ୍ଧରମୈୟାଙ୍କୁ ଲେଖିଥିବା ଚିଠିରେ ରାହୁଲ କର୍ଣ୍ଣାଟକ ସାଂସଦ ପ୍ରଜ୍ବଳଙ୍କ କାର୍ଯ୍ୟକୁ ନିନ୍ଦା କରିବା ସହ ତାଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା କହିଛନ୍ତି ଯେ ମହିଳାଙ୍କ ପ୍ରତି ହିଂସା ମାମଲାରେ ଲଗାତାର ନୀରବତା ବଜାୟ ରଖିଥିବା କୌଣସି ଜନପ୍ରତିନିଧିଙ୍କୁ ସେ ଏପର୍ଯ୍ୟନ୍ତ ଦେଖିନାହାନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ରାହୁଲ କହିଛନ୍ତି, ମୁଁ ଆପଣଙ୍କୁ (ସିଦ୍ଧରମୈୟାଙ୍କୁ) ଅନୁରୋଧ କରୁଛି ଯେ ଦୟାକରି ପୀଡ଼ିତାମାନଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଅନ୍ତୁ।

ସେମାନେ ନ୍ୟାୟ ପାଇଁ ଲଢୁଥିବା ବେଳେ ଆମର ଦୟା ଓ ଏକତା ପାଇବାକୁ ଯୋଗ୍ୟ। ଏହି ଜଘନ୍ୟ ଅପରାଧ ପାଇଁ ଦାୟୀ ସମସ୍ତଙ୍କୁ ନ୍ୟାୟ ଦେବା ଆମର ସାମୂହିକ କର୍ତ୍ତବ୍ୟ।

ସମ୍ବନ୍ଧିତ ଖବର