ରେଷ୍ଟୁରାଣ୍ଟ୍ରେ ଟେବୁଲ୍ ପାଇବାକୁ ନିଜକୁ ପ୍ରଧାନମନ୍ତ୍ରୀ ପରିଚୟ ଦେଲେ ବାପ, ଟୁଇଟର୍ରେ ଭିଡିଓ ଅପ୍ଲୋଡ କରି ମଜା ଉଠାଇଲେ ପୁଅ
ମାର୍କେସ: ବେଳେ ବେଳେ ଏମିତି କିଛି ସାମ୍ନାକୁ ଚାଲିଆସେ ଯାହାକୁ ଦେଖିବା ପରେ ହସ ଆଉ ବୋଲ ମାନେ ନାହିଁ। ଆମେ ଆଜି ଆପଣଙ୍କୁ ଏମିତି ଏକ ଭିଡିଓ ଦେଖାଇବୁ ଯାହାକୁ ଦେଖି ଆପଣ ବି ନିଜ ହସ ରୋକିପାରିବେ ନାହିଁ। କେମିତି ନିଜ ପ୍ରିୟ ରେଷ୍ଟୁରାଣ୍ଟ୍ରେ ଟେବୁଲ୍ ବୁକ୍ କରାଇବା ପାଇଁ ଜଣେ ବ୍ୟକ୍ତି ନିଜକୁ ମର୍କ୍କୋର ପ୍ରଧାନମନ୍ତ୍ରୀ ବୋଲି ପରିଚୟ ଦେଇ ସେବା ପାଉଛନ୍ତି ତାହା ଆପଣ ନିଜେ ହିଁ ଦେଖି ନିଅନ୍ତୁ। ସବୁଠାରୁ ମଜାଦାରିଆ କଥା ହେଉଛି ରେଷ୍ଟୁରାଣ୍ଟ୍ର କର୍ମଚାରୀ ସେହି ନକଲି ପ୍ରଧାନମନ୍ତ୍ରୀଙ୍କୁ ଚିହ୍ନି ନପାରି ତାଙ୍କର ଅଟୋଗ୍ରାଫ୍ ଓ ଫଟୋଗ୍ରାଫ୍ ନେବାରେ ମସ୍ଗୁଲ୍।
Sambad is now on WhatsApp
Join and get latest news updates delivered to you via WhatsApp
My dad wanted to make a reservation at a restaurant and they told him that they were completely booked, minutes later he called back claiming to be the prime minister of Morocco….. we got the best table in the place and the chef answer him to sign a plate and take a pic w him? pic.twitter.com/Yx2hdlK5Zf
— Ihab. (@Ihab8knicks) June 19, 2018
ଘଟଣାଟି ଏପରି, ଜଣେ ବ୍ୟକ୍ତି ତାଙ୍କ ପୁଅ ସହ ନିଜର ପ୍ରିୟ ରେ୍ଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିଲେ। ମାତ୍ର ରେଷ୍ଟୁରାଣ୍ଟ୍ର ସବୁତକ ଟେବୁଲ୍ ବୁକ୍ ହୋଇ ଯାଇଥିବାରୁ ସେ ଖାଇପାରିବେ ନାହିଁ ବୋଲି କର୍ମଚାରୀ ତାଙ୍କୁ ବୁଝାଇଥିଲେ। ସେହି ସମୟରେ ବ୍ୟକ୍ତି ଜଣକ ନିଜର ବୁଦ୍ଧ ଖର୍ଚ କରି ନିଜକୁ ମର୍କ୍କୋର ପ୍ରଧାନମନ୍ତ୍ରୀ କହି ପରିଚୟ ଦେଲେ। ତା’ପରେ ଆରମ୍ଭ ହୋଇଗଲା ଚର୍ଚା। ନାଇଁ କି ଖାଲି ତାଙ୍କୁ ରେଷ୍ଟୁରାଣ୍ଟ୍ରେ ଟେବଲ୍ ମିଳିଲା ବରଂ ତାଙ୍କୁ ଜଣେ ପ୍ରଧାନମନ୍ତ୍ରୀଙ୍କୁ ଯେପରି ସମ୍ମାନ ମିଳିବା କଥା ସେ ସବୁ ମିଳିଲା। ରେଷ୍ଟୁରାଣ୍ଟ୍ କର୍ମଚାରୀମାନେ ତାଙ୍କର ଅଟୋଗ୍ରାଫ୍ ଓ ଫଟୋଗ୍ରାଫ୍ ନେବାକୁ ଲାଗିଲେ। ଯଦିଓ ରେଣ୍ଟୁରାଣ୍ଟ୍ଟି ନ୍ୟୁୟର୍କର ଥିବା ବେଳେ ବାପ, ପୁଅ ଉଭୟ ନ୍ୟୁୟର୍କର ବାସିନ୍ଦା।
ସେହି ସମୟରେ ବ୍ୟକ୍ତିଙ୍କ ପୁଅ ସେ ସବୁକୁ ଭିଡିଓ ସୁଟ୍ କରୁଥିଲେ। ବାପ, ପୁଅ ଖାଇ ସାରି ଘରକୁ ଫେରିବା ପରେ ପୁଅ ତାଙ୍କ ଟୁଇଟର୍ ଆକାଉଣ୍ଟ୍ରେ ଭିଡିଓଟିକୁ ସେୟାର୍ କରି ସଂପୂର୍ଣ୍ଣ ଘଟଣାଟିକୁ ଲେଖି ତାହାର ମଜା ଉଠାଇଛନ୍ତି।