ମୁମ୍ବାଇ : ବଲିଉଡରେ ଏବେ ପ୍ରେମୀଯୁଗଳ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଆହୁରି ମଧ୍ୟ କୁହାଯାଉଛି ଯେ, ୨୦୨୦ରେ ରଣବୀର ଓ ଆଲିଆ ବାହା ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ପ୍ରାୟ ପନ୍ଦର ବର୍ଷ ଆଗରୁ ରଣବୀରଙ୍କ ବଧୂ ବନିଥାନ୍ତେ ଆଲିଆ ଭଟ୍ଟ। ଏହା ବାସ୍ତବ ଜୀବନର କଥା ନୁହେଁ। ଏହା ହେଉଛି ପରଦାର କଥା।
ସେତେବେଳକୁ ଆଲିଆ ଭଟ୍ଟଙ୍କର ବୟସ ଥିଲା ମାତ୍ର ୧୧ ବର୍ଷ ଓ ରଣବୀର କପୁରଙ୍କ ବୟସ ୨୦ ବର୍ଷ। ସେହି ସମୟରେ ରଣବୀର କପୁର ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ସହକାରୀ ଭାବେ କାର୍ଯ୍ୟ କରୁଥିଲେ।
ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ରଣବୀର ଓ ଆଲିଆଙ୍କୁ ନେଇ ଏକ ଫିଲ୍ମ ନିର୍ମାଣ କରିବାର ଯୋଜନା କରିଥିଲେ। ସେହି ଫିଲ୍ମଟି ହେଲା ୧୯୭୬ରେ ରିଲିଜ୍ ହୋଇଥିବା ସୁପରହିଟ୍ ‘ବାଲିକା ବଧୂ’ର ରିମେକ୍।
ଏହି ଫିଲ୍ମ ତିଆରି କରିବା ଆଗରୁ ନିର୍ଦ୍ଦେଶକ ରଣବୀର ଓ ଆଲିଆଙ୍କର ଫଟୋ ସୁଟ୍ କରାଇଥିଲେ। ଆଲିଆ ସେ ସମୟର ସ୍ମୃତିକୁ ତାଜା କରି କହିଛନ୍ତି ଯେ, ରଣବୀରଙ୍କ କାନ୍ଧରେ ନିଜର ମଥା ରଖି ଏହି ଫଟୋ ଉଠାଇବାର ଥିଲା। ଏକଥା ଜାଣିବା ବେଳେ ତାଙ୍କୁ ଖୁବ୍ ଲାଜ ଲାଗୁଥିଲା। ବଡ଼ କଷ୍ଟରେ ଏହି ଫଟୋ ସୁଟ୍ କରାଯାଇଥିଲା।
ତେବେ କୌଣସି କାରଣରୁ ଏହି ସିନେମା ନିର୍ମିତ ହୋଇନଥିଲା। ସେ ଯାହା ହେଉନା କାହିଁକି ପ୍ରାୟ ୧୫ ବର୍ଷ ପରେ ରଣବୀର କପୁରଙ୍କ ସହ ତାଙ୍କୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ କାମ କରିବାର ସୁଯୋଗ ମିଳିଥିବାରୁ ଖୁବ୍ ଖୁସି ବୋଲି କହିଛନ୍ତି ଆଲିଆ ଭଟ୍ଟ।