ଆଶ୍ଚର୍ଯ୍ୟ! ୭୩ ବର୍ଷ ହେଲାଣି ଏଠାରେ ଗୋଟେ ଜାଗାରେ ଠିଆ ହୋଇ ରହିଛି ଶହ ଶହ ଗାଡ଼ି, ଜାରି ରହିଛି ଟ୍ରାଫିକ୍ ଜାମ୍
ନୂଆଦିଲ୍ଲୀ : ଆଜିକାଲି ସମସ୍ତଙ୍କ ପାଖରେ ସମୟର ଅଭାବ । ଜୀବନରେ ସଫଳତା ପାଇବା ପାଇଁ ଲୋକମାନେ ସବୁଠାରୁ କମ ସମୟ ଲାଗୁଥିବା ବାଟରେ ଯିବା ପାଇଁ ପସନ୍ଦ କରୁଛନ୍ତି । ପ୍ରତ୍ୟେକ ସ୍ଥାନରେ ଟ୍ରାଫିକ୍ ସିଗ୍ନାଲ ଥିଲେ ମଧ୍ୟ ଲୋକମାନଙ୍କୁ ଅନେକ ସମୟରେ ସିଗ୍ନାଲ ଭାଙ୍ଗି ଯିବାର ଦେଖିବାକୁ ମିଳିଥାଏ । ଆଜିକାଲି ଦେଶରେ ଜନସଂଖ୍ୟା ବଢ଼ିବା ସହ ଯାନବାହନର ସଂଖ୍ୟା ମଧ୍ୟ ବଢ଼ୁଛି, ଯେଉଁଥି ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜୁଛି । ଘଣ୍ଟା ଘଣ୍ଟା ଧରି ସିଗ୍ନାଲରେ ଗାଡ଼ ଅଟକି ରହୁଛି। ତେବେ ଆଜି ଆମେ ଏକ ଏପରି ଦେଶ ବିଷୟରେ କହିବୁ ଯେଉଁଠି ଗାଡ଼ି ଘଣ୍ଟା ଘଣ୍ଟା ଧରି ନୁହେଁ ବର୍ଷ ବର୍ଷ ହେଲାଣି ଛିଡ଼ା ହୋଇ ରହିଛି । ବେଲ୍ଜିୟମରେ ୭୩ବର୍ଷ ପୂର୍ବରୁ ଲାଗିଥିବା ଟ୍ରାଫିକ୍ ଜାମ୍ ଏ ପର୍ଯ୍ୟନ୍ତ ଜାରି ରହିଛି । ଅନେକ ଗାଡ଼ି ନିଜ ନିଜ ସ୍ଥାନରେ ୭୩ବର୍ଷ ହେଲାଣି ଛିଡ଼ା ହୋଇ ରହିଛନ୍ତି । ଏହି ଜାମ୍ ବେଲ୍ଜିୟମ୍ର ଏକ ଜଙ୍ଗଲରେ ହୋଇଥିବା ବେଳେ ଏହି ଜାମ୍ରେ ପ୍ରାୟ ୫୦୦ଟି ଗାଡ଼ି ଫସି ରହିଥିବା ଜଣାପଡ଼ିଛି । ଏ ପର୍ଯ୍ୟନ୍ତ ଏହିସବୁ ଗାଡ଼ିର ମାଲିକ ନିଜ ଗାଡ଼ିକୁ ନେବା ପାଇଁ ଆସି ନାହାନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକାର ସୈନ୍ୟମାନେ ଏହି ଗାଡ଼ି ନେଇ ଆସିଥିବା ବେଳେ ସେମାନଙ୍କୁ ନିଜ ନିଜ ଗାଡ଼ି ଏହି ଜଙ୍ଗଲରେ ଛାଡ଼ି ଯିବାକୁ ପଡ଼ିଥିଲା । ୫୦୦ରୁ ଅଧିକ ସୈନ୍ୟ ନିଜ ନିଜର ଗାଡ଼ିକୁ ଏହି ଜଙ୍ଗଲରେ ଛାଡ଼ି ଯାଇଥିବା ବେଳେ ଏବେ ଏହା ଟ୍ରାଫିକ୍ ଜାମ୍ ପରି ଜଣାପଡ଼ୁଛି ।