ଏଣିକି ଗୁଗୁଲରୁ ସର୍ଚ୍ଚ ହିଷ୍ଟ୍ରି ଡିଲିଟ୍‌ କରିବା ହେବ ଖୁବ୍‌ ସହଜ

ନୂଆଦିଲ୍ଲୀ: ଏଣିକି ଗୁଗୁଲରେ ସର୍ଚ୍ଚ ହିଷ୍ଟ୍ରି ଡିଲିଟ କରିବା ଆହୁରି ସହଜ ହୋଇଯିବ। କାରଣ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ କମ୍ପାନି ଗୁଗଲ ଏକ ନୂଆ ଟୁଲ ଆଣିବାକୁ ଯାଉଛି । ଏହାଦ୍ଵାରା ଇଣ୍ଟରନେଟ ବ୍ୟବହାରକାରୀ ସହଜରେ ନିଜ ବ୍ରାଉଜର ହିଷ୍ଟ୍ରି କିଛି ବି ସର୍ଚ୍ଚ କରିବା ସମୟରେ ଏହାକୁ କ୍ଲିୟର କରି ପାରିବେ । ଆଣ୍ଡ୍ରୋଏଡ ଏବଂ iso ୟୁଜର୍ସଙ୍କ ପାଇଁ ଏହି ଟୁଲ ଆସନ୍ତା ସପ୍ତାହରେ ଉପଲବ୍ଧ ହେବ ବୋଲି ସୂଚନା ମିଳିଛି। ଡେକ୍ସଟପ ଏବଂ ମୋବାଇଲରେ ଏହି ବାବଦରେ ଅପଡେଶନ ଜାରି କରାଯିବ ।

ଏହି ନୂଆ ଫିଚର ଜରିଆରେ, ଇଣ୍ଟରନେଟ ବ୍ୟବହାରକାରୀ ସେମାନଙ୍କ ରିସେଣ୍ଟ ସର୍ଚ୍ଚ ଆକ୍ଟିଭିଟି ରିଭ୍ୟୁ କରିବା ସହିତ ତାକୁ ତୁରନ୍ତ ଡିଲିଟ ମଧ୍ୟ କରି ପାରିବେ । ଏହାସହ ବ୍ୟବହାରକାରୀଙ୍କୁ ସେମାନଙ୍କ ଗୁଗୁଲ ଆକାଉଣ୍ଟରେ ସବୁଠୁ ରେଲିଭେଣ୍ଟ ପ୍ରାଇଭେସୀ କଣ୍ଟ୍ରୋଲର ମଧ୍ୟ କ୍ୱିକ ଆକ୍ସେସ୍‌ କରି ପାରିବେ । ଏହି ଟୁଲ ଆସିବା ପୂର୍ବରୁ ଗୁଗୁଲରେ କିଛି ବି ସର୍ଚ୍ଚ, ରିଭ୍ୟୁ କିମ୍ବା ଡାଟା ମ୍ୟାନେଜ କରିବା ପାଇଁ ଆପଣଙ୍କୁ ଆପଣଙ୍କ ଗୁଗୁଲ ଆକାଉଣ୍ଟକୁ ଯିବାକୁ କରିବାକୁ ପଡୁଥିଲା । ମାତ୍ର ଏଣିକି ସର୍ଚ୍ଚ କରିବା ସମୟରେ ହିଁ ଏହିସବୁ ଜିନିଷକୁ ଆପଣ କଣ୍ଟ୍ରୋଲ କରି ପାରିବେ ।

ସମ୍ବନ୍ଧିତ ଖବର