ଭୁବନେଶ୍ବର,: ପବିତ୍ର କାର୍ତ୍ତିକ ମାସ ଅବସରରେ ଓଡ଼ିଶାର ଲୋକପ୍ରିୟ ଏଫ୍ଏମ୍ ରେଡିଓ ଚକ୍ଲେଟ୍ରେ ରିଲିଜ ହୋଇଛି ଭକ୍ତିଭରା ଭଜନ ‘କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ’। ଭକ୍ତ ସାଲବେଗଙ୍କ ରଚନାକୁ ନୂତନ ଶୈଳୀରେ ସଙ୍ଗୀତରେ ସଜାଇଛନ୍ତି ଓ କଣ୍ଠଦାନ କରିଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଶିବ ରଥ। ୮ମିନିଟ୍ର ଏହି ଭଜନଟି ସଂଗ୍ରାମ ମିଶ୍ରଙ୍କ କ୍ରିଏଟିଭ୍ ସୁପରଭିଜନ୍ରେ ପ୍ରସ୍ତୁତ ହୋଇଛି। ଶୁକ୍ରବାର ରିଲିଜ୍ ହୋଇଥିବା ଏହି ଗୀତଟିକୁ ଶ୍ରୋତାମାନେ ରେଡିଓ ଚକ୍ଲେଟ୍ରେ ଶୁଣିପାରିବେ। ଏଥିସହ ରେଡିଓ ଚକ୍ଲେଟ୍ ୟୁଟ୍ୟୁବ ପେଜ୍ରେ ଏହାର ଷ୍ଟୁଡିଓ ଭର୍ସନ ମଧ୍ୟ ଦେଖିପାରିବେ। ଶ୍ରୋତାମାନେ ରେଡିଓ ଚକ୍ଲେଟ୍ ଆପ୍ରେ ଗୀତଟି ଶୁଣିପାରିବେ। ଏହି ଆପ୍କୁ ଗୁଗଲ ପ୍ଲେ ଷ୍ଟୋର୍ କିମ୍ବା ଆପଲ ଷ୍ଟୋର୍ରୁ ଡାଉନ୍ଲୋଡ୍ କରି ପାରିବେ।