କାଫେକୁ ଯାଇ ଟୋଷ୍ଟ ଅର୍ଡର କଲେ ମହିଳା, ବିଲ୍ରେ ଲେଖାଥିବା ଜିନିଷ ଦେଖି ଉଡ଼ିଗଲା ମହିଳାଙ୍କ ହୋସ୍
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ରହୁଥିବା ଜଣେ ମହିଳା ଏକ କାଫେକୁ ଯାଇ ନିଜ ପାଇଁ ଏକ ଟୋଷ୍ଟ ଅର୍ଡର କରିଥିଲେ । ଖାଇ ସାରି ଟଙ୍କା ଦେବା ପାଇଁ ବିଲ୍ ମାଗିବା ପରେ ବିଲ୍ରେ ଥିବା ଜିନିଷ ଦେଖି ମହିଳା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏବେ ସେ ସେହି ବିଲ୍ର ଫଟୋ ସୋସିଆଲ ମିଡିଆରେ ସେୟାର କରିବା ପରେ ଫଟୋଟି ଭାଇରାଲ ହେବାରେ ଲାଗିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କେଥ୍ରିନ୍ ଚୈନ୍ ନାମକ ଜଣେ ମହିଳା କାଫେକୁ ଯାଇ ଟୋଷ୍ଟ ଅର୍ଡ଼ର କରିଥିଲେ। ଖାଇ ସାରି ସେ ବିଲ୍ ମାଗିବା ପରେ କାଫେର ଜଣେ କର୍ମଚାରୀ ତାଙ୍କୁ ଭୁଲବଶତଃ ଅର୍ଡ଼ର ଲେଖା ଯାଇଥିବା କାଗଜକୁ ଥମାଇ ଦେଇଥିଲେ । ଏହା ପରେ ଅର୍ଡ଼ର ଲେଖାଥିବା କାଗଜରେ ମହିଳାଜଣଙ୍କ ନିଜ ନାଁ ପରିବର୍ତ୍ତେ ଏସିଆନ୍ ଲେଖାଥିବା ଦେଖିଥିଲେ । ଏହା ଦେଖି ରାଗିବା ସହ କାଫେରେ ନାଁରୁ ନୁହେଁ ବରଂ ଲୋକମାନେ କେଉଁ ଦେଶରୁ ଆସୁଛନ୍ତି ତାହା ଲେଖାଯାଉଥିବା ଜାଣିଥିଲେ । କର୍ମଚାରୀମାନେ କାଫେକୁ ଆସୁଥିବା ଲୋକମାନଙ୍କ ମୁହଁ ଦେଖି ସେମାନେ କେଉଁ ଦେଶର ବୋଲି ଅନ୍ଦାଜ ଲଗାଇ ଅର୍ଡ଼ର ଲେଖିଥାନ୍ତି ।
କାଫେର ଏଭଳି ଅଭ୍ୟାସକୁ ଦେଖି ମହିଳାଜଣଙ୍କ ରାଗିବା ସହ ସୋସିଆଲ ମିଡିିଆରେ ଅର୍ଡ଼ର ଲେଖାଥିବା କାଗଜର ଫଟୋ ସେୟାର କରି ସମସ୍ତଙ୍କ ଘଟଣା ବିଷୟରେ ଜଣାଇଥିଲେ ।