ବଡ଼ଦିନ ଉତ୍ସବ‌ରେ ଅଗ୍ନିକାଣ୍ଡ ୩ ଭାଇଭଉଣୀଙ୍କ ସମେତ ୪ ମୃତ

ୱାସିଂଟନ୍‌: ଆମେରିକା ଟେନସା ରାଜ୍ୟର ମେମ୍ଫିସ୍‌ ସହରାଞ୍ଚଳରେ ଗତକାଲି ଏକ ବଡ଼ଦିନ ଉତ୍ସବରେ ଅଗ୍ନିକାଣ୍ଡ ଘଟି ୩ ଭାରତୀୟ ନାବାଳକ ଭାଇଭଉଣୀଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ୩ ଭାଇଭଉଣୀ ତେଲେଙ୍ଗାନାର ବାସିନ୍ଦା ଏବଂ ସେମାନେ ପରିବାର ସହ ମେମ୍ଫିସ୍‌ରେ ଛୁଟି କଟାଉଥିଲେ ବୋଲି ଜଣାପଡ଼ିଛି। ଏହି ପିଲାମ‌ାନେ ଏକ ଧର୍ମପ୍ରଚାରକ ପରିବାରର ଏବଂ ସେମାନେ ମିସିସିପିସ୍ଥିତ ଫ୍ରେଞ୍ଚ୍‌ କ୍ୟାମ୍ପ୍‌ ଏକାଡେମିରେ ଅଧ୍ୟୟନ କରୁଥିଲେ। ୩ ପିଲାଙ୍କ ଅକାଳ ମୃତ୍ୟୁକୁ ନେଇ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ମଧ୍ୟ ଗଭୀର ଶୋକପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର