ଭୁବନେଶ୍ୱର : ପୁଲ୍ୱାମା ଆକ୍ରମଣରେ ସହିଦ ହୋଇଥିବା ସିଆର୍ପିଏପ୍ ଯବାନଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ୟୁନିଟ୍ -୬ ସ୍ଥିତ ନେହେରୁ ଯୁବ ପରିଷଦଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶ୍ରୀ ବାଟ ମହାବୀର ବ୍ୟବସାୟୀ ସଂଘ, ଓ ସମ୍ବାଦ-ଆମ ଓଡ଼ିଶା ଓ କମିସନରେଟ୍ ପୁଲସର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି ଶିବିରରୁ ୮୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶିବିରରେ ମୁଖ୍ୟ ଅତିଥିଭାବେ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ-ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ ସହିଦ ଯବାନମାନଙ୍କ ସ୍ମୃତିଚାରଣ କରି ଅଯଥା ହିଂସା ଓ ରକ୍ତପାତଠାରୁ ଦୂରରେ ରହି ରକ୍ତଦାନ କରି ଅସୁସ୍ଥ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସହିଦମାନଙ୍କ ଉଦ୍ଦେଶ୍ୟରେ ରକ୍ତଦାନ ଶିବିର ଆୟୋଜନ କରିଥିବାରୁ ବ୍ୟବସାୟୀ ସଂଘକୁ ସାଧୁବାଦ ଜଣାଇଥିଲେ। ସମ୍ମାନିତ ଅତିଥିଭାବେ ଭାରତୀୟ ରେଡ୍କ୍ରସ ସୋସାଇଟି, ଓଡ଼ିଶା ଶାଖା ସଂପାଦକ କଳ୍ପନା ଦାସ, ଏସିପି ଲଳିତେନ୍ଦୁ ମହାନ୍ତି ଓ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାର ଅଧିକାରୀ ଡା. ଦେବାଶିଷ ମିଶ୍ର ଯୋଗଦେଇ ରକ୍ତଦାତାମାନଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ସେହିପରି ବିଜେଡି ସାଧାରଣ ସଂପାଦକ ରବି ସାମଲ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ୪୦ ନମ୍ବର ୱାର୍ଡ ପୂର୍ବତନ କର୍ପୋରେଟର ରାମଚନ୍ଦ୍ର ପ୍ରଧାନ, ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ଓଡ଼ିଶା ଶାଖା ସାଧାରଣ ସଂପାଦକ କରୁଣାକର ପ୍ରଧାନ, ହିମାଂଶୁ ଭୂଷଣ କର, ଆଇଆଇସି ମାନସରଂଜନ ଗଡ଼ନାୟକ ମଧ୍ୟ ଶିବିରରେ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ସଂଘର ସଭାପତି ଦୀପକ କୁମାର ମହାପାତ୍ର, ସଂପାଦକ ରାକେଶ ପାତ୍ର, ଚିନ୍ତାମଣି ବେହେରା, ଫିରୋଜ ଖାନ୍, ଅକ୍ଷୟ ବେହେରା, ଶେଖ୍ ଗୁଖାରୀ ଓ ମହମ୍ମଦ ଅନୁ ଶିବିର ପରିଚାଳନା କରିଥିଲେ। ସାଗର ବେହେରା, ଇସରାଇଲ କାନ୍, ମୁରଲୀ ମହାରଣା, ଶୁଭେନ୍ଦୁ ନାୟକ, ସୁବାସ କୁମାର ନାୟକ, ସଂଜୀବ ଦାନ, ଦିଲ୍ଲୀପ କୁମାର ଦାସ, ରନ୍ଧିର କୁମାର, ଅରୁ ସାହୁ, ଅକ୍ଷୟ ସାହୁ ଓ ଉମା ବେହେରା ମଧ୍ୟ ପରିଚାଳନାରେ ସହଯୋଗ କରିଥିଲେ। କ୍ୟାପିଟାଲ ରକ୍ତଭଣ୍ଡାରର ବ୍ଲଡ୍ ଭ୍ୟାନ ମାଧ୍ୟମରେ ଶିବିରରୁ ରକ୍ତସଂଗ୍ରାହ କରାଯାଇଥିଲା। ଆମ ଓଡ଼ିଶାର ରକ୍ତଦାନ ସଂଯୋଜକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା।