କୁନୋ ଜାତୀୟ ପାର୍କରୁ ଚିତା ଫେରାର୍, ରାଜସ୍ଥାନରେ ପହଞ୍ଚିଲା, ଆତଙ୍କରେ ଲୋକେ

କରୌଲି: ମଧ୍ୟପ୍ରଦେଶର ଶିଓପୁର ଜିଲ୍ଲାର କୁନୋ ଜାତୀୟ ପାର୍କରୁ ଏକ ଆଫ୍ରିକୀୟ ଚିତା ଫେରାର ହୋଇ ରାଜସ୍ଥାନକୁ ଆସିଛି। ଏହି ଚିତାକୁ ଦୁଇ ବର୍ଷ ତଳେ ଆଫ୍ରିକୀୟ ଦେଶ ନାମିବ୍ୟାରୁ ଅଣାଯାଇଥିଲା ।

ଏହି ଚିତା ରାଜସ୍ଥାନର କରୌଲି ଜିଲ୍ଲାର କରନପୁର ଅଞ୍ଚଳର ସିମରା ଗାଁରେ ପହଞ୍ଚିଯାଇଛି। ଶନିବାର ସକାଳେ କଲରାପତରିଆ ବାଘ ପଶିଥିବା ଖବର ପାଇ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଖବର ପାଇ ବନ ବିଭାଗ ଓ ପୁଲିସ ଟିମ୍ ସିମରା ଗାଁରେ ପହଞ୍ଚିଥିଲେ। ବନ ବିଭାଗ ଓ ପୁଲିସ ଟିମ୍ ହାତୀକୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି।

ଜଙ୍ଗଲ ଅଂଚଳରେ ସତର୍କତା ଅବଲମ୍ବନ କରିବା ସହ ଚିତାଠାରୁ ଯଥେଷ୍ଟ ଦୂରତା ବଜାୟ ରଖିବାକୁ ବନ ବିଭାଗ ଓ ପୁଲିସ ପକ୍ଷରୁ ଅଞ୍ଚଳବାସୀଙ୍କୁ ନିବେଦନ କରାଯାଇଛି। ଏହା ମଧ୍ୟପ୍ରଦେଶର କୁନୋ ସଫାରି ପାର୍କରୁ ବୁଲୁଥିବା ବେଳେ କରୌଲିରେ ପହଞ୍ଚିଥିବା ଜଣାଯାଇଛି। ତାକୁ ଧରି କୁନୋ ନିଆଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି।

ସିମରା ଗ୍ରାମର କେଦାର ମୀନାଙ୍କ କହିବାନୁଯାୟୀ, ଶନିବାର ସକାଳେ କିଛି ଗ୍ରାମବାସୀ ବିଲକୁ ଯାଉଥିଲେ। ସେହି ସମୟରେ ସେମାନେ ଚିତାକୁ ଦେଖିଥିଲେ। ବନ୍ୟଜନ୍ତୁଙ୍କୁ ଦେଖି ସେ ଭୟଭୀତ ହୋଇ ଗାଁକୁ ଫେରି ଆସିଥିଲେ। ଏ ନେଇ ସେ ଅନ୍ୟ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହାପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ଏହି ଅଞ୍ଚଳରେ ଚିତା ଆସିଥିବା ନେଇ ଗ୍ରାମବାସୀ ବନ ବିଭାଗ ଓ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର